ଇସ୍ତଫା ପ୍ରତ୍ୟାହାର କଲେ ପଞ୍ଜାବ କଂଗ୍ରେସ ପିସିସି ସଭାପତି
ଚଣ୍ଡୀଗଡ: ଇସ୍ତଫା ପ୍ରତ୍ୟାହାର କଲେ ପଞ୍ଜାବ କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି ସିଦ୍ଧୁ । ତେବେ ପୁଣି ପିସିସି ଭାବେ ସିଦ୍ଧୁ କାର୍ୟ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଏଆଇସିସି ଦାୟିତ୍ୱରେ ଥିବା ହରିଶ ରାୱତ ।
ଗତକାଲି ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ସିଦ୍ଧୁ କହିଛନ୍ତି ଯେ, ମୁଁ ରାହୁଲଙ୍କ ସହ ଦଳ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି ଏବଂ ସେଗୁଡିକର ସମାଧାନ କରାଯାଇଛି । କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଓ ତାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସର୍ବଦା ଗ୍ରହଣୀୟ ବୋଲି ସିଦ୍ଧୁ କହିଛନ୍ତି ।
ଗତ ସେପ୍ଟେମ୍ବର ୨୮ରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ଇସ୍ତଫା ପତ୍ର ଟ୍ୱିଟରରେ ପୋଷ୍ଟ କରିଥିଲେ ସିଦ୍ଧୁ । କିନ୍ତୁ ଏହାକୁ ଗ୍ରହଣ କରିନଥିଲେ କଂଗ୍ରେସ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ।
Powered by Froala Editor