ଆଖି ବୁଜିଲେ ବ୍ରିଟେନ ମନ୍ତ୍ରୀ ଡେଭିଡ ଆମେସା

ଲଣ୍ଡନ: ଆଖି ବୁଜିଲେ ବ୍ରିଟେନ ମନ୍ତ୍ରୀ ଡେଭିଡ ଆମେସା । ଗତକାଲି(ଶୁକ୍ରବାର) ଏକ ଛୁରାମାଡରେ ଗୁରୁତର ହୋଇ ସେ ମେଡିକାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଥିବା ବ୍ରିଟିଶ ପୋଲିସ ଘୋଷଣା କରିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟାହ୍ନରେ ଦକ୍ଷିଣ-ପୂର୍ବ ଇଂଲଣ୍ଡର ନିଜ ନିର୍ବାଚନମଣ୍ଡଳୀ ଇସେକ୍ସରେ ସାଂସଦ ଡେଭିଡ ଆମେସଙ୍କ ଏକ କାର୍ୟ୍ୟକ୍ରମ ଥିଲା । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଏକାଧିକ ଥର ଛୁରାମାଡ କରିଥିଲା । ଗୁରୁତର ଅବସ୍ଥାରେ ଡେଭିଡଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ଜଣାପଡିଛି । ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।
Powered by Froala Editor