ଦେଶରେ ଦିନକରେ ୧୫୯୮୧ ପଜିଟିଭ, ୧୬୬ ମୃତ
ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଏବେ ୨୦ ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ । ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ଏଅହାସହ ୧୭ ହଜାର ୮୬୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୯୨କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ଦେଶରେ ସମୁଦାୟ ୨ ଲକ୍ଷ ୧ ହଜାର ୬୩୨ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ସୁସ୍ଥସଂଖ୍ୟା ମଧ୍ୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୯୬୧ରେ ପହଞ୍ଚିଛି । ଏବେ ଦେଶର ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୧ ହଜାର ୯୮୦ରେ ପହଞ୍ଚିଛି ।ଟୀକାକରଣ କ୍ଷେତ୍ରରେ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି ଭାରତ । ଆସନ୍ତା କିଛି ଦିନ ମଧ୍ୟରେ ଦେଶ ୧ ବିଲିୟନ ଟୀକାକରଣର ରେକର୍ଡ କରିବ । ଗତକାଲି ଗୋଟିଏ ଦିନରେ ୮,୩୬,୧୧୮ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଯାବତ୍ ମୋଟ ଟୀକାକରଣ ୯୭,୨୩,୭୭,୦୪୫ ରେ ରହିଛି ।
Powered by Froala Editor