ମହଙ୍ଗା ମାଡରୁ ମିଳୁନି ନିସ୍ତାର, ପୁଣି ବୃଦ୍ଧି ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ: ବେଲଗାମ୍ ତୈଳ ଦର । ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଥମିବାର ନାଁ ନେଉନି, ବରଂ ଦାମ ବଢିଚାଲିଛି । ଗତ କିଛି ଦିନ ହେଲା ପେଟ୍ରୋଲ-ଡିଜେଲ ଦାମ୍ ୩୦-୩୫ ପଇସା ବଢି ଚାଲିଥିବାବେଳେ ଆଜି ପେଟ୍ରୋଲ ୩୫ ପଇସା ମହଙ୍ଗା ହୋଇଛି । ଏଭଳି ନିରବଚ୍ଛିନ୍ନ ବୃଦ୍ଧି ସହ ଦେଶରେ ରେକର୍ଡ ସ୍ତରରେ ରହିଛି ତୈଳ ଦର ।
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଜି ପେଟ୍ରୋଲ ଦାମ୍ ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ମଧ୍ୟ ୩୫ ପଇସା ବଢାଇଛନ୍ତି । କେବଳ ଅକ୍ଟୋବରରେ ହିଁ ପେଟ୍ରୋଲ ୩.୮୫ ଟଙ୍କା ଏବଂ ଡିଜେଲ ୪ ଟଙ୍କା ମହଙ୍ଗା ହୋଇଛି ।ତାଜା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୯ ଟଙ୍କାରେ ପହଞ୍ଚିଛି । ସେପଟେ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୧.୪୩ ଏବଂ ୧୦୨.୧୫ ଟଙ୍କା ରହିଛି । ଦେଶର ଅନ୍ୟ ପ୍ରମୁଖ ସହର କୋଲକାତା ଏବଂ ଚେନ୍ନାଇ କଥା ଯଦି କହିବା, ତେବେ କୋଲକାତାରେ ପେଟ୍ରୋଲ-ଡିଜେଲ ୧୦୬.୧୦ ଟଙ୍କା ଏବଂ ୯୭.୩୩ ଟଙ୍କାରେ ବିକ୍ରି ହେଉଥିବାବେଳେ ଚେନ୍ନାଇରେ ଯଥାକ୍ରମେ ୧୦୨.୭୦ ଟଙ୍କା ଏବଂ ୯୮.୫୯ ଟଙ୍କା ରହିଛି ।ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରୟ ହେଉଥିବାବେଳେ ଓଡିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରେଦଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାରରେ ଡିଜେଲ ଶତକ ପାର୍ କରିଛି ।
Powered by Froala Editor