ରାଜ୍ୟରେ ୪୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ଆଉ ୪୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୭୧, ସ୍ଥାନୀୟ ଅଞ୍ଚଳରୁ ୧୯୬ ଓ ୧୮ ବର୍ଷ ବୟସ ମଧ୍ୟରେ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କୋଭିଡ ସଙ୍କ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬କୁ ବୃଦ୍ଧି ପାଇଛି।
ନୂଆ ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୧, କଟକରୁ ୬୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୬, ଗଞ୍ଜାମରୁ ୧୦ ମୟୁରଭଞ୍ଜ ଓ ଯାଜପୁରରୁ ୯ ଜଣ ଲେଖାଏଁ ଅଛନ୍ତି। ସେହିପରି ଜଗତସିଂହପୁରରୁ ୭, ଢେଙ୍କାନାଳରୁ ୬ ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ନବରଙ୍ଗପୁରରୁ ୫ ଜଣ ଲେଖାଏଁ ଏବଂ ଷ୍ଟେଟପୁଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନାରୁ ୧୦ ଲକ୍ଷ ୨୦ ହଜାର ୬୪୫ ସୁସ୍ଥ ହୋଇଥିବା ବେଳେ ୫୨୯୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
Powered by Froala Editor