ଓଳାଶୁଣୀ ଗୁଳିମାଡ଼ ଘଟଣାରେ ୪ ଅଭିଯୁକ୍ତ ଗିରଫ
ବାଲିଚନ୍ଦପୁର: ଗତ ୩ ତାରିଖ ରାତିରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ପାହାଡ଼ ନିକଟରେ ସ୍ଥାନୀୟ ବନ୍ଦରେଶ୍ୱର ଗ୍ରାମର ବୁବୁନ ଓରଫ ସିଦ୍ଧାନ୍ତ ସାମଲ କିଛି ସାଙ୍ଗଙ୍କ ସହିତ କଥା ହେଉଥିବା ସମୟରେ ହଠାତ୍ କିଛି ଦୁର୍ବୁତ୍ତ ଏକ କାରରେ ଆସି ଅତି ନିକଟରୁ ବୁବୁନଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ଫେରାର ହୋଇ ଯାଇଥିଲେ। ବୁବୁନଙ୍କ ଗୋଡ଼ରେ ଗୁଳି ବାଜିବା ଯୋଗୁଁ ସେ ଆହତ ହୋଇଥିଲେ।
ଅଭିଯୋଗ ହେବା ପରେ ଥାନା ଅଧିକାରୀ ବିଜୟିନୀ ମଲ୍ଲ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ମାହାଙ୍ଗା ଓ କେନ୍ଦ୍ରାପଡା ଅଞ୍ଚଳର ୪ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି ଅଦାଲତ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ମାଗାଜିନ, ୧୨ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋଟର ସାଇକେଲ ଓ ୩ଟି ମୋବାଇଲ ଫୋନ ମଧ୍ୟ ପୁଲିସ୍ ଜବତ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ଼ ଏସଡ଼ିପିଓ ଚିନ୍ମୟ ନାୟକ ଏବଂ ଥାନା ଅଧିକାରୀ ଶ୍ରୀମତୀ ମଲ୍ଲ ସୂଚନା ଦେଇଛନ୍ତି।
Powered by Froala Editor