ମହାକାଳପଡାରୁ ହରିଣ ମାଂସ ଜବତ
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳରେ ବନ୍ୟ ଜନ୍ତୁ ଶିକାର ହୋଇଥିବା ଖବର ମିଳିଛି । ମହାକାଳପଡ଼ା ବନ୍ୟ ଜୀଵ ବନାଞ୍ଚଳ ଅଧିନ ପେଟଛେ।ଲା ପଂଚାୟତ ଅଧିନ ଲୁଣା ଘେରି ନିକଟ କେନ୍ତିଆ ଛକରେ ଏକ ଅଟୋରୁ ୨୦ କେଜି ହରିଣ ମାଂସ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଚଢ଼ାଉ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨୦କେଜି ହରିଣ ମାଂସ ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପ ଦାସକୁ ଗିରଫ କରିଛି। ଘଟଣା ସ୍ଥଳରୁ ଆଉ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଏଥିସହ ଅଟୋକୁ ମଧ୍ୟ ଜବତ କରାଯାଇଛି। ବନ ବିଭାଗ କାର୍ଯ୍ୟାଳୟର ମାତ୍ର କେଇ ମିଟର ଦୂରରେ ଅଟୋ ଯୋଗେ ହରିଣ ମାଂସ ଚାଲାଣ ହେଉଥିବା ବେଳେ କିପରି ବନବିଭାଗ ଜାଣିପାରିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Powered by Froala Editor