୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଵନଵିଭାଗ କିରାଣି

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡିଛନ୍ତି ସୁନ୍ଦରଗଡ଼ ଵନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହୋତା। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ୧୦ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଞ୍ଜିରିକେଲାର ଦେଓଭବନପୁର ଗ୍ରାମର ପାତ୍ରାସ ବାର୍ଲା ନାମକ ଜଣେ ବ୍ୟକ୍ତିଙ୍କ ବାପା ଭର ଓରଫ ନାଇଡୁ ଗତ ୨୦୧୯ରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ରାଶି ପ୍ରଦାନ କରାଯାଇଛି । ଏଥିପାଇ କିରାଣୀ ହୋତା ମୃତକଙ୍କ ପୁଅ ପାତ୍ରାସ ବାର୍ଲାଙ୍କୁ ୧୦ ହଜାର ଟଙ୍କା ଦାବି କରି ହଇରାଣ କରୁଥିଲେ । ପାତ୍ରାସ ଏ ସମ୍ପର୍କରେ ସ୍ଥାନୀୟ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ କିରାଣୀ ହୋତା ତାଙ୍କ ଠାରୁ ଏହି ଟଙ୍କା କାର୍ଯ୍ୟାଳୟରେ ନେଉଥିବା ସମୟରେ ସେଠାରେ ଲୁଚି ରହି ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କ ଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିଥଲେ। ସୁନ୍ଦରଗଡ଼ ଡିଏସପି ସୁଧାଂଶୁ ଶେଖର ପୁଝାରୀଙ୍କ ନେତୃତ୍ଵରେ ଟିମ ଚଢାଉ କରିଥିଲା।
Powered by Froala Editor