ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସୋମବାର ପୂର୍ବାହ୍ନ ୧୧ଟା ୩୦ରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ନବୀନ ନିବାସରୁ ଭିସି ଯୋଗେ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ସେପଟେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଯୋଡିହେବେ । ସେହିପରି ଅନ୍ୟ କିଛି ମନ୍ତ୍ରୀ ଲୋକସେବା ଭାବନରୁ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି ।କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ରାଜ୍ୟ ସରକାରଙ୍କ ମୋହର । ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ କ୍ୟାବିନେଟ ବୈଠକରେ ହୋଇପାରେ ବଡ ଘୋଷଣା । ଯେଉଁ କର୍ମଚାରୀଙ୍କ ଦରମା ୮ ହଜାର ୮୮୦ ରହିଛି, ତାହା ୧୩ ହଜାର ୬୦୦ ହୋଇପାରେ । ସେହପରି ଯେଉଁ କର୍ମଚାରୀଙ୍କ ଦରମା ୧୮ ହଜାର ରହିଛି ତାହା ବୃଦ୍ଧି ପାଇ ୨୫ ହଜାର ହେବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ, ଅର୍ଥ ବିଭାଗର କିଛି ନିଷ୍ପତ୍ତି ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିବ ବୋଲି କୁହାଯାଉଛି ।
Powered by Froala Editor