କରୋନାରେ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ବଢିଛି ଆଣ୍ଟିବଡି

ଭୁବନେଶ୍ୱର: କରୋନାରେ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ବଢିଛି ଆଣ୍ଟିବଡି । ସ୍ବାସ୍ଥ୍ୟ କର୍ମୀଙ୍କ ଠାରେ ଅଧିକ ଆଣ୍ଟିବଡି ବଢିଥିବା RMRC ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି । ଜାନୁୟାରୀରୁ ଏପ୍ରିଲ ମଧ୍ୟରେ କରାଯାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ପୂର୍ବରୁ ସଂକ୍ରମିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୯୬ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସଂକ୍ରମିତ ହୋଇ ନଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୬୧.୩ ପ୍ରତିଶତ ଆଣ୍ଟିବଡି ପରିଲକ୍ଷିତ ହୋଇଛି ।
ତେବେ ଆଦୌ ସଂକ୍ରମିତ ହୋଇନଥିବା ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଦ୍ବିତୀୟ ଡୋଜ ଟିକା ପରେ ୮୨.୭ ପ୍ରତିଶତ ଆଣ୍ଟିବଡି ଥିବା ଦେଖାଯାଇଛି । ୧୩୪ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ RMRC ପକ୍ଷରୁ ସର୍ଭେ କରାଯାଇଥିଲା । ସମସ୍ତ ସ୍ବାସ୍ଥ୍ୟ କର୍ମୀ ଦୁଇଟି ଡୋଜ୍ ଟିକା ନେଇଥିଲେ । ସେମାନଙ୍କ ମଧ୍ୟରୁ ୫୯ ଜଣ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ।
Powered by Froala Editor