ଦୁଇ ପଲ୍ୟୁସନ ଅଧିକାରୀ ଭିଜିଲାନ୍ସ ଜାଲରେ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁଇଜଣ ପଲ୍ୟୁସନ ଅଧିକାରୀ । ଦୁଇ ଅଧିକାରୀଙ୍କ ଠାରୁ ବିଡାବିଡା ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଦୁଇ ଅଧିକାରୀଙ୍କ ପରିଚୟ ଜଣାପଡିଥିବାବେଳେ ଜଣେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲାର ରିଜିନାଲ ଅଫିସର ପିକେ ମହାପାତ୍ର ଓ ଅନ୍ୟଜଣେ ରିଜିନାଲ ଅଫିସର ବାଲେଶ୍ବରର ନରୋତ୍ତମ ବେହେରା ବୋଲି ଜଣାପଡିଛି ।
ପିକେ ମହାପାତ୍ରଙ୍କ ଠାରୁ ୧ଲକ୍ଷ ୭୫ହଜାର ଟଙ୍କା ଓ ନରୋତ୍ତମ ବେହେରାଙ୍କ ଠାରୁ ୮୯ ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ଵରରୁ ବାଲେଶ୍ବର ଫେରିବା ବେଳେ ଟାଙ୍ଗି ଛକ କଟକରୁ ଧରାପଡିଛନ୍ତି ନରୋତ୍ତମ ବେହେରା ।ସେହିପରି ପିକେ ମହାପାତ୍ର ଭୁବନେଶ୍ବରରୁ ରାଉରକେଲା ଫେରୁଥିବାବେଳେ ଭିଜିଲାନ୍ସ ହାବୁଡରେ ଧରାପଡିଛନ୍ତି । ଏତେ ପରିମାଣର ଟଙ୍କା କେଉଁଠୁ ଏବଂ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ଜାଣିବାକୁ ମହାପାତ୍ରଙ୍କ ସୁନ୍ଦରପଦା ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି ।
Powered by Froala Editor