୪୦ ଡିଗ୍ରୀ ଉପରେ ୧୨ ସହର

ପୁଣି ଲେଉଟିଛି ତାତି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୨.୧ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୪ ଡିଗ୍ରି ସେଲସିୟସ ରହିଥିଲା। ଏହାବାଦ୍ ୧୦ ଜିଲ୍ଲାରେ ବିଜୁଳି ଓ ବଜ୍ରପାତ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ତରଫରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାଗନିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor