ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଫାଇନ୍ ଦେଲେ ସାଂସଦ
ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଫାଇନ୍ ଦେଇଛନ୍ତି ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ସାଂସଦ ଶଙ୍କର ଲାଲୱାନୀ । ସର୍ବସାଧାରଣରେ ସାଂସଦ ନେମ୍ ପ୍ଲେଟ୍ ଲଗାଇବା ସହିତ ସାଇରନ୍ ବଜାଇଥିବା ଅଭିଯୋଗ ହୋଇଛି। ତା ସହିତ ଗାଡ଼ି ନୋ ଏଣ୍ଟ୍ରିରେ ବି ଛିଡ଼ା ହୋଇଥିବାରୁ ପୁଲିସ ଗାଡ଼ିକୁ ଜବତ କରିଥିଲା। ଫଳରେ ସାଂସଦ ବାଇ୍କରେ ଯାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଟ୍ରାଫିକ୍ ଇନ୍ସପେକ୍ଟର ଦେବେନ୍ଦ୍ର ସିଂହ ପରିହାର କହିଛନ୍ତି ଯେ ସାଂସଦ ଶଙ୍କର ଲାଲୱାନୀଙ୍କ ଉପରେ ୧୫୦୦ ଟଙ୍କା ଫାଇନ ଲଗାଯାଇଛି।
ସୂଚନା ଅନୁସାରେ, ସେ ଖଣ୍ଡୱା ଉପନିର୍ବାଚନ ସମୟରେ ସହରର ମୁଖ୍ୟ ଅଞ୍ଚଳ ବମ୍ବେ ବଜାରରେ ନେମ୍ ପ୍ଲେଟ୍ ଥିବା ଗାଡ଼ିରେ ଯାଉଥିଲେ। ତା ସହିତ ସାଇରନ୍ ମଧ୍ୟ ବଜାଇଥିଲେ । ଏଥିପାଇଁ ସାଂସଦଙ୍କୁ ଫାଇନ୍ କରାଯାଇଛି ବୋଲି ଟ୍ରାଫିକ୍ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।
Powered by Froala Editor