ଆର୍ୟନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କଲେ ଏନସିବି ଅଧିକାରୀ
ମୁମ୍ବାଇ: ସାରାରାତି ଏନସିବି ଜେରାରେ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ । ଗତକାଲି ରାତିରେ ଆର୍ୟନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି, ଏନସିବି ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଂଟଙ୍କୁ ମଧ୍ୟ ଏନସିବି ଅଧିକାରୀମାନେ ପଚରାଉଚରା କରିଛନ୍ତି । ସୂଚନା ଅନୁସାରେ ଆରୟନଙ୍କ ହ୍ୱାଟ୍ସଆପ ଚାଟରୁ ସେ ଡ୍ରଗ୍ସ ପେଡଲରଙ୍କ ସହ ଯୋଗଯୋଗରେ ଥିବା ଜଣାପଡିଛି । ତେବେ ସେ କେବଳ ଡ୍ରଗ୍ସ ବ୍ୟବହାର କରିଥିବା ପ୍ରାଥମିକ ପଚରାଉଚରାରୁ ସୂଚନା ମିଳିଛି ।
କେଣସି ସୂତ୍ରରୁ ସୂଚନା ପାଇ ଏନସିବି ଅଧିକାରୀମାନେ ଆଞ୍ଚଳିକ ନିଦେ୍ର୍ଧଶକ ସମୀର ୱାଙ୍ଖଡେଙ୍କ୍ ନେତୃତ୍ୱରେ ଶନିବାର ଦିନ ଯାତ୍ରୀ ବେଶରେ କ୍ରୁଜ୍ରେ ପ୍ରବେଶ କରିଥିଲେ । ଜାହାଜ ମୁମ୍ବାଇ ଉପକୂଳ ଛାଡିବାର କିଛି ସମୟ ମଧ୍ୟରେ ରେଭ୍ ପାର୍ଟି ଆରମ୍ଭ ହୋଇଯାଇଥିଲା । ଏହାପରେ ଏନସିବି ଅଧିକାରୀମାନେ ତକôାଳ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଥିଲେ । ଯେଉଁମାନେ ଖୋଲାଖୋଲି ନିଷିଦ୍ଧ ଡ୍ରଗ୍ସ ସେବନ କରୁଥିଲେ ସେମାନଙ୍କୁ ଏନସିବିର ଅଧିକାରୀମାନେ ଅଟକ ରଖିଥିଲେ । ଏନସିବିର ଏହି ଅଭିଯାନ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା । ଜାହାଜର ଅନେକ ରୁମ୍କୁ ଯାଞ୍ଚ କରାଯାଇଥିଲା । ଚଢଉ ପରେ ଏମ୍ପ୍ରେସ ଜାହାଜ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ୍ ଟର୍ମିନାଲକୁ ଫେରିଥିଲା । ସୂଚନାଯୋଗ୍ୟ ଯେ ଗତ ୧୫ ଦିନ ହେଲା ସେମାନେ ଏହି ସମ୍ଭାବ୍ୟ ପାର୍ଟି ସମ୍ପର୍କରେ ଖବର ପାଇ ଜାଲ ବିଛାଇଥିଲେ । କ୍ରୁଜ୍ରେ ଚାଲିଥିବା ରେଭ୍ ପାର୍ଟିରେ ଦିଲ୍ଲୀର ୩ ଜଣ ଯୁବତୀଙ୍କ ସମେତ ୧୦ ଜଣ ସାମିଲ ଥିଲେ । ଏନ୍ସିବି ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଠାଇ ଆଣି ଗତକାଲି ଅପରାହ୍ନରେ ୩ ଜଣଙ୍କୁ ଗିରଫ କରିଛି ।
Powered by Froala Editor