ଗେମ୍ ଖେଳୁଥିଲେ ବାପା-ମା’, ଖଟରୁ ପଡି ଶିଶୁର ଜୀବନ ଗଲା
ଅବହେଳା ଯୋଗୁଁ ଏକ ଶିଶୁର ଜୀବନ ଚାଲିଯାଇଛି । ମା-ବାପା ମୋବାଇଲ୍ରେ ଗେମ୍ ଖେଳୁଥିବା ବେଳେ ବିଛଣାରୁ ପଡ଼ି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏପରି ଦୁଃଖଦାୟକ ଘଟଣା ଘଟିଛି ସ୍କଟ୍ଲାଣ୍ଡର ଉତ୍ତର ଲନାର୍କଶେୟାର ସହରରେ। ଏଠାରେ ଜଣେ ୧୯ ମାସର ଶିଶୁକନ୍ୟା ଖଟ ଉପରେ ଶୋଇଥିବା ବେଳେ ଏହି ସମୟରେ ମା-ବାପା ମୋବାଇଲ୍ରେ ବସି ଗେମ୍ ଖେଳୁଥିଲେ। ସେମାନେ ଏତେ ବ୍ୟସ୍ତ ଥିଲେ ଯେ, ପିଲା ଶୋଇଥିବା କଥା ଭୁଲି ଯାଇଥିଲେ। ଗେମ୍ ଖେଳିବା ସହ ଟିଭି ବି ଦେଖୁଥିଲେ। କେତେବେଳେ ଶିଶୁକନ୍ୟାଟି ଖଟରୁ ଖସି ପଡ଼ିଥିଲା ସେମାନେ ଜାଣପାରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଆଉ ଟିଭି ଦେଖିବା ପରେ ସକାଳ ୬.୩୦ ପର୍ଯ୍ୟନ୍ତ ଶୋଇ ପଡ଼ିଥିଲେ। ପରେ ଉଠି ଦେଖିଲା ବେଳକୁ ଶିଶୁକନ୍ୟାଟି ତଳେ ପଡ଼ିଥିଲା। ପରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor