ଦାନ୍ତ ଉଠୁନି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ଶିଶୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମାଙ୍କୁ ଦୁଇ ଜଣ ଶିଶୁ ଅଜବ ଚିଠି ଲେଖିଛନ୍ତି । ଚିଠିରେ ଉଭୟ ନିଜ ସମସ୍ୟା କଥା ଉଲ୍ଲେଖ କରିଛନ୍ତି । ତେବେ ସମସ୍ୟା ଦେଖି ସମସ୍ତେ ଖୁସି ପ୍ରକଟ କରିଛନ୍ତି । ଏହି ଚିଠି ଏବେ ଭାଇରାଲ ହୋଇଛି । କୌତୁହଳର ବିଷୟ ହେଉଛି, ଚିଠିରେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ଉଭୟ ଏହାକୁ ନିଜ ହାତରେ ଲେଖିଛନ୍ତି। ଏହି ଦୁଇ ପିଲାଙ୍କ ନାମ ହେଉଛି ରାବଜା ଏବଂ ଆର୍ଯ୍ୟନ୍ । ଏହି ଦୁଇ ଭାଇଭଉଣୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କୁ ଦୁଇଟି ପୃଥକ ଚିଠି ପଠାଇଛନ୍ତି।ରାବଜାଙ୍କୁ ୬ବର୍ଷ ହୋଇଥିବାବେଳେ ଆର୍ଯ୍ୟନଙ୍କୁ ପାଞ୍ଚ ବର୍ଷ | ଆର୍ଯ୍ୟନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଛି ଯେ ‘ପ୍ରିୟ ମୋଦୀ ଜୀ..ମୋର ତିନୋଟି ଦାନ୍ତ ଆସୁନାହିଁ, ଦୟାକରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ, ଦାନ୍ତ ନଥିବା କାରଣରୁ ମୋର ପ୍ରିୟ ଖାଦ୍ୟ ଚୋବାଇବା କଷ୍ଟକର ହୋଇପଡୁଛି।’ ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି ରାବଜା ଲେଖିଛି ଯେ, ‘ପ୍ରିୟ ହିମନ୍ତ ମାମୁଁ, ମୋର ଦାନ୍ତ ଆସୁନାହିଁ। ଦୟାକରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ, ଏହି କାରଣରୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ଖାଦ୍ୟ ଚୋବାଇବାରେ ମୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି’ । ଚିଠିରେ ଦୁଇ ଜଣଙ୍କ ମନର ଭାବନା ପ୍ରକାଶ ପାଇଛି । ଉଭୟଙ୍କ କୋମଳ ମନର କଥା ଜାଣି ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।
Powered by Froala Editor