ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଆବେଦନକାରୀ, କେଉଁଠି ଜାଣନ୍ତୁ
ନୂଆଦିଲ୍ଲୀ: ପାକିସ୍ତାନରେ ବେକାରୀ ହାର ଉଦବେଗଜନକ ସ୍ଥିତିରେ ରହିଛି । ଇମ୍ରାନ ସରକାର ଯଦିଓ ଦେଶର ବେକାରୀ ହାର ୬.୫ ପ୍ରତିଶତରେ ରହିଥିବା ଦର୍ଶାଇଛନ୍ତି ତଥାପି ପାକିସ୍ତାନ ଇନଷ୍ଟିଚୁ୍ୟଟ୍ ଅଫ୍ ଡେଭଲପମେଣ୍ଟ୍ ଇକୋନୋମିକ୍ସ (ପିଆଇଡିଇ) ପକ୍ଷରୁ ବେକାରୀ ହାର ୧୬ ପ୍ରତିଶତ ରହିଥିବା କୁହାଯାଇଛି । ଶିକ୍ଷିତ ବେକାରୀ ହାର ବର୍ତ୍ତମାନ ୨୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି ବୋଲି ପିଆଇଡିଇ କହିଛନ୍ତି । ଡନ୍ ସମ୍ବାଦପତ୍ରରେ ଏହା ପ୍ରକାଶ ପାଇଛି । ଏଥିସହିତ ଗୋଟିଏ ହାଇକୋର୍ଟରେ ଏକ ପିଅନ ପଦ ପାଇଁ ୧୫ ଲକ୍ଷ ବ୍ୟକ୍ତି ଆବେଦନ କରିଥିବାରୁ ଉଚ୍ଚ ବେକାରୀ ହାରର ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପିଅନ ପଦ ପାଇଁ ଏମଫିଲ୍ ଡିଗ୍ରିଧାରୀ କରିଥିବା ବ୍ୟକ୍ତିମାନେ ମଧ୍ୟ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ବୁ୍ୟରୋ ଅଫ୍ ଷ୍ଟାଟିଷ୍ଟିକ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ, ୨୦୧୭-୧୮ରେ ପାକିସ୍ତାନରେ ବେକାରୀ ହାର ୬.୯ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏହା ୬.୯ ପ୍ରତିଶତକୁ ବୃଦ୍ଧି ପାଇଛି ।
Powered by Froala Editor