ଦୁଇଟି ଡୋଜ ଟିକା ନେବା ପରେ ବି କରୋନା ସଂକ୍ରମିତ

କଟକ : କଟକରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୨୦ ଜଣ ଦୁଇଟି ଡୋଜ ଟିକା ନେବା ପରେ ବି କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ସେମାନେ ଗୃହ ସଙ୍ଗରୋଧରେ ରହି ପ୍ରାୟତଃ ସୁସ୍ଥ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, କରୋନା ଟିକା ଦୁଇଟି ଡୋଜ ଦେବା ପରେ ବି ଯେଉଁ ୨୦ ଜଣ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ଶିଶୁଭବନର ଜଣେ ମେଡିସିନ ବିଭାଗ ପ୍ରଫେସର, ଏସସିବିର ଜଣେ ଆସୋସିଏଟ ପ୍ରଫେସର, ହାଉସସର୍ଜନ, ପିଜି ଡାକ୍ତର, ଫାର୍ମାଶିଷ୍ଟ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଅକ୍ସିଜେନ ଅଥବା ଅନ୍ୟ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼ି ନଥିବା ବେଳେ ଅଧିକାଂଶ ଗୃହ ସଙ୍ଗରୋଧରେ ରହି ସୁସ୍ଥ ହେଉଛନ୍ତି ବୋଲି ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଡବଲ ଡୋଜ ଟିକା ନେଇଥିବା କେତେକ ବ୍ୟକ୍ତିଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଥିବା ବି ସୂଚନା ରହିଛି । ଦୁଇଟି ଡୋଜ ଟିକା ନେବା ପରେ ବି ରାଜ୍ୟରେ ୫୦ ରୁ ଅଧିକ ଡାକ୍ତର, କର୍ମଚାରୀ ଓ ଅନ୍ୟ ବିଭାଗର ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
Powered by Froala Editor