କୁମ୍ଭମେଳା ଫେରନ୍ତା ୧୩ ପଜିଟିଭ

ଭୁବନେଶ୍ୱର : କୁମ୍ଭମେଳା ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ସତ୍ୟ ହୋଇଛି । କଟକକୁ କୁମ୍ଭମେଳାରୁ ୩୦ ଜଣ ଫେରିଥିବାବେଳେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଲୱେ ଷ୍ଟେସନରେ ସେମାନେ ପହଁଚିବା ପରେ ଟେଷ୍ଟିଂ କରାଯାଇଥିଲା । ଆଂଟିଜେନ ପରୀକ୍ଷାରୁ ପଜିଟିଭ ଚିହ୍ନଟ କରାଯାଇଥିଲା ।
ଅପରପକ୍ଷରେ କୁମ୍ଭମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ସେଠାରେ କରୋନା ବ୍ୟାପିôଥବା ଦେଖିବାକୁ ମିଳିଛି । ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଧୁ ସନ୍ଥଙ୍କର ମଧ୍ୟ କରୋନାରେ ମୃତୁ୍ୟ ଘଟିଛି । ସେଥିପାଇଁ କୁମ୍ଭମେଳାରେ ବୁଡ଼ ପକେଇବା ପାଇଁ ଭିଡ଼ ନକରିବାକୁ ବିଭିନ୍ନ ମହଲରୁ ନିବେଦନ ମଧ୍ୟ କରାଯାଇଛି ।
Powered by Froala Editor