କେଉଁ କଡ଼ ମାଡ଼ି ଶୋଇଲେ ଲାଭ ମିଳିଥାଏ, ଜାଣନ୍ତୁ
– ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଏ ।
– ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୋଇଥାନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୁଏ । କାରଣ ହଜମ ପ୍ରକ୍ରିୟା ଶରୀରର ବାମ ପାର୍ଶ୍ୱରେ ହୋଇଥାଏ ଏବଂ ହୃଦୟ ମଧ୍ୟ ବାମ ପାର୍ଶ୍ୱରେ ରହିଥାଏ । ଆହୁରି ମଧ୍ୟ, ଆପଣଙ୍କ ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ। କିନ୍ତୁ ଅପରପକ୍ଷେ ଯେତେବେଳେ କେହି ଡାହାଣ କଡ଼ ମାଡି ଶୋଇଥାଏ, ସେତେବେଳେ ଖାଦ୍ୟ ଅତି ଶୀଘ୍ର ହଜମ ହୁଏ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।
– ଶୋଇବା ସମୟରେ ତକିଆ ଉପରେ ସିଧା ହୋଇ ବା ଉପରକୁ ମୁହଁ କରି ଶୋଇବା ଉଚିତ୍ ନୁହେଁ। କାରଣ ଏହା ଆପଣଙ୍କ ନଳ ହାଡକୁ ସିଧାସଳଖ ପ୍ରଭାବିତ କରିଥାଏ । ଯଦି ଆପଣ ବାମ କଡ଼ ମାଡି ଶୋଉଛନ୍ତି ତେବେ ଆପଣଙ୍କର ନଳ ହାଡ ସିଧା ରହିଥାଏ ଏବଂ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ।
– ସେହିପରି କିଛି ଲୋକଙ୍କ ଅଭ୍ୟାସ ଥାଏ ପେଟ ମାଡି ଶୋଇବା। ପେଟ ମାଡି ଶୋଇବା ଉଚିତ୍ ନୁହେଁ, ଏହା ଦ୍ବାରା ଶରୀରରେ ଅଧିକ କ୍ଷତି ହୋଇଥାଏ। କାରଣ ପେଟରେ ଶୋଇବା ଦ୍ବାରା ପେଟ ଉପରେ ଶରୀରର ଅଧିକ ଓଜନ ପଡିଥାଏ, ଯେଉଁଥିପାଇଁ ହୃଦୟ ସମ୍ବନ୍ଧୀୟ ରୋଗର ଭୟ ଥାଏ ।
– ଗର୍ଭବତୀ ମହିଳାମାନଙ୍କ ପାଇଁ ବାମ ପାର୍ଶ୍ୱରେ ଶୋଇବା ଭଲ । କାରଣ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଏହା ବ୍ୟତୀତ ଗୋଇଠି, ହାତ ଏବଂ ପାଦ ଫୁଲିବା ସମସ୍ୟା ହୋଇ ନ ଥାଏ।
– ଅନେକ ଥର ସଠିକ୍ ଭାବରେ ଶୋଇ ନ ଥିବାରୁ ଅମ୍ଳ ଜନିତ ସମସ୍ୟା ଦେଖାଯାଏ । ବାମ କଡ଼ ମାଡି ଶୋଇବା ଦ୍ୱାରା ଅମ୍ଳ ଉପରକୁ ଆସିବା ପରିବର୍ତ୍ତେ ତଳକୁ ଯାଏ, ଯାହା ଦ୍ବାରା ଏସିଡିଟି ଓ ହୃଦଘାତର ଭଳି ସମସ୍ୟା ହୁଏ ନାହିଁ ।
– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି, ତେବେ ବାମ କଡ଼ି ମାଡି ଶୋଇବା ଦ୍ୱାରା ଆରାମ ମିଳିଥାଏ । ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ସକାଳେ ପେଟ ସଫା ହେବା ସହଜ ହୋଇଥାଏ ।
Powered by Froala Editor