ବିଜେଡି ସୁପ୍ରିମୋଙ୍କ ବଡ ଘୋଷଣା , ପିପିଲି ଉପନିର୍ବାଚନରେ ରାଲି କରିବନି ବିଜେଡି

ପିପିଲି ଉପନିର୍ବାଚନ ନେଇ ଏକ ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ବିଷୟରେ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଏକ ଦାୟିତ୍ୱବାନ ଦଳ । ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ କରୁଛୁ । ତେଣୁ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦେଖି ପିପିଲି ଉପନିର୍ବାଚନରେ ରାଲି କି କୌଣସି କ୍ୟାମ୍ପେନ୍ କରିବୁ ନାହିଁ । ଶ୍ରୀ ପଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ | ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ | ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି | ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ନିର୍ବାଚନୀ ପ୍ରଚାର ଏବଂ ସମାବେଶରୁ ଦୁରେଇ ରୁହନ୍ତୁ |