Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ...

  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ...

  • ୪୩୦୦ ଖସିଲା ସୁନା ଦର

  • ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ...

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ...

  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ...

  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ...

  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

Home ›› ››ଅସଲ ଜମି ମାଲିକଙ୍କ ନାମକୁ ଜମି ମାଲିକାନା ସତ୍ୱ ମଇ ୧୯ ମଧ୍ୟରେ ପରିବର୍ତନ ନକଲେ ସଚିବାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଧାରଣା ଦିଆଯିବ - ସୁରେଶ କୁମାର ରାଉତରାୟ

ଅସଲ ଜମି ମାଲିକଙ୍କ ନାମକୁ ଜମି ମାଲିକାନା ସତ୍ୱ ମଇ ୧୯ ମଧ୍ୟରେ ପରିବର୍ତନ ନକଲେ ସଚିବାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଧାରଣା ଦିଆଯିବ - ସୁରେଶ କୁମାର ରାଉତରାୟ

2021-04-19 11:01:47
14684
Share:
Facebook
Twitter
E-Mail
WhatsApp
Telegram
ଅସଲ ଜମି ମାଲିକଙ୍କ ନାମକୁ ଜମି ମାଲିକାନା ସତ୍ୱ ମଇ ୧୯ ମଧ୍ୟରେ ପରିବର୍ତନ ନକଲେ ସଚିବାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଧାରଣା ଦିଆଯିବ - ସୁରେଶ କୁମାର ରାଉତରାୟ
ଭୁବନେଶ୍ୱର ତା ୧୯.୦୪ - ୨୦୧୨ ମସିହା ଠାରୁ ଦୀର୍ଘ ୯ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଆମେ ଜଟଣୀ ନିବାସୀ ସଂଘର୍ଷ କରୁଛୁ ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୂସପଂତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଆମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଏବଂ ବଡ଼ କଥା ହେଉଛି ଆମ ଅଂଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ବିନିଯୋଗ ୯ ବର୍ଷ ଧରି ହୋଇପାରୁ ନାହିଁ । ରାଜ୍ୟ ସରକାରଙ୍କ ପାଖରେ ଯେତେ ଅଭିଯୋଗ ଜଣାଇଲେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ କରି ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନିବାସୀ ନବୀନ ନିବାସ ସମ୍ମୁଖରେ ଗଣଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ସରକାର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ‘ଜଟଣୀ ସ୍ଥିତିବାନ ଏକରାଜ ମାହାଲ ନାଗରିକ ମଂଚ’ ପକ୍ଷରୁ ଗଣଆହ୍ମାହୁତି ନିଷ୍ପତି ପ୍ରତ୍ୟାହାର କରି ନିଆଯାଇଥିଲା । ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଏହି ମଂଚ ଗତ ଫେବୃଆରୀ ୧ ତାରିଖରେ ମୁଖ୍ୟ ଶାସନ ସଚ୍ଚିବ, ଡେଭଲପମେଣ୍ଟ କମିଶନର, ରାଜସ୍ୱ ସଚ୍ଚିବ, ଅତିରିକ୍ତ ରାଜସ୍ୱ ସଚ୍ଚିବ, ଆଇନ ସଚ୍ଚିବଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚ୍ଚିବଙ୍କ ନିର୍ଦ୍ଦେଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସଂପନ୍ନ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସଂପୂର୍ଣ୍ଣଭାବେ ଦାୟିତ୍ୱ ଦିଆଯାଇଛି ବୋଲି କୁହାଯାଇଛି । ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ୱ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି ମଂଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଇତ୍ୟବସରରେ ଦୁଇମାସ ବିତି ଯାଇଥିଲେ ମଧ୍ୟ ସରକାର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଏ ପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତି ନେଇପାରି ନଥିବାରୁ ଶ୍ରୀ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ୧ମାସ ଅର୍ଥାତ୍ ମଇ ୧୯ ସୁଦ୍ଧା ରାଜ୍ୟ ସରକାର ଯଦି ଜଟଣୀବାସୀଙ୍କୁ ନ୍ୟାୟ ନଦିଅନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରବାକୁ ବାଧ୍ୟ ହେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରକାଶଥାଉକି ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, ଓଗରସୁଆଁ, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ତାଙ୍କର ପୈତୃକ ଭୂସଂପତିର ମାଲିକାନା ସତ୍ୱ ଜଗନ୍ନାଥଙ୍କ ନାମରୁ ନିଜ ନାମକୁ ପରିବର୍ତନ ପାଇଁ ଦୀର୍ଘ ଦିନ ହେବ ସଂଗ୍ରାମ ଜାରି ରଖିଛନ୍ତି । ଜଟଣୀବାସୀଙ୍କ ପୈତୃକ ଭୂସଂପତି ସରକାରୀ ତ୍ରୁଟି ପାଇଁ ଭୁଲ୍ ବଶତଃ ଶ୍ରୀଜଗନ୍ନଥଙ୍କ ନାମରେ ପରିବର୍ତିତ ହୋଇଯିବା ଫଳରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନତିମୂଳକ ଯୋଜନାର ଅର୍ଥ ସ୍କୁଲଘର, ଖେଳପଡିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି, ମଶାଣ ପ୍ରଭୃତିର ପୁନଃରୁଦ୍ଧାର ଓ ନିର୍ମାଣ କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି । ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ତୁରନ୍ତ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ । ଅମଲାତନ୍ତ୍ରିକ ସ୍ତରରେ ହୋଇଥିବା ଭୁଲ୍‌ର ସଂଶୋଧନ କରନ୍ତୁ । ଜଟଣୀବାସୀଙ୍କର ଦୀର୍ଘ ୯ ବର୍ଷର ସଂଘର୍ଷର ଅନ୍ତ ଘଟୁ । ସେଟେଲମେଂଟ ଅଫିସରଙ୍କର ଗୋଟିଏ ଅର୍ଡରରେ ଯେପରି ମାଲିକାନା ସତ୍ୱ ପରିବର୍ତନ ହୋଇଯାଇଥିଲା ସେହିଭଳି ଗୋଟିଏ ଅର୍ଡରରେ ଅସଲ ଜମି ମାଲିକଙ୍କ ପାଖକୁ ତାଙ୍କର ଜମି ଫେରି ଆସୁ । ଯଦି ମଇ ମାସ ୧୯ ତାରିଖ ସୁଦ୍ଧା ସରକାର ଜଟଣୀବାସୀଙ୍କୁ ତାଙ୍କ ପୈତୃକ ଜମି ଫେରାଇ ନଦିଅନ୍ତି, ତେବେ ମହାତ୍ମା ଗାନ୍ଧୀଙ୍କ ନୀତିରେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଚିବାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଧାରଣା ଦିଆଯିବ । ଯାହାର ପରିଣତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, କୋଇଲି ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ସଂଗ୍ରାମ ରାଉତରାୟ, ଅଶୋକ ମଙ୍ଗରାଜ, ବିବି ବଡଜେନା, ନୌସରୀ ଅଲ୍ଲୀ, ଦେବରାଜ ବେହେରା, କଳିଙ୍ଗ ଜେନା, ଜ୍ୟୋର୍ତିମୟୀ ଛୋଟରାୟ, କୈବଲ୍ୟ ସାମନ୍ତରାୟ, ସୁଧାଂଶୁ ମୋହନ ପଟ୍ଟନାୟକ, ତପନ ଚକ୍ରବର୍ତୀ, ସୁନିଲ୍ ରାଉତରାୟ, ନୃସିଂହ ସାହୁ, ଅନନ୍ତ ବେହେରା, କଳିଙ୍ଗ ସାହୁ, ଧନେଶ୍ୱର ରାଉତରାୟ, ନିକୁଞ୍ଜ ରାଉତରାୟ, ବ୍ରଜମୋହନ ମଙ୍ଗରାଜ ଓ ବାବୁଲି କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Tags suresh kumar routray , sura bhai , congress

Related articles Odisha News Lens 4.1

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ
    ମନୋରଞ୍ଜନ

    ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ

    15252
    Jun 11, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13259
    Jun 11, 2026
  • ୪୩୦୦ ଖସିଲା ସୁନା ଦର
    ଦେଶ-ଦେଶାନ୍ତର

    ୪୩୦୦ ଖସିଲା ସୁନା ଦର

    14072
    Jun 11, 2026
  • ଗୁରୁ ରନ୍ଧାୱାଙ୍କ
    ମନୋରଞ୍ଜନ

    ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14816
    Jun 11, 2026
  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...
    ରାଜନୀତି

    ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...

    14917
    Jun 11, 2026
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13921
    Jun 11, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14931
    Jun 10, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14874
    Jun 10, 2026
  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ
    ଦେଶ-ଦେଶାନ୍ତର

    ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ

    13560
    Jun 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ମମତାଙ୍କ ହାତ ଛାଡ଼ିଲେ

    14917
    Jun 11, 2026
  • ମନୋରଞ୍ଜନ

    ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14816
    Jun 11, 2026
  • ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14931
    Jun 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16920
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17538
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17586
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17977
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13501
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15382
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14173
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14066
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14995
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15461
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15204
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15689
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14031
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ

    13560
    Jun 11, 2026
  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13563
    Jun 10, 2026
  • ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14816
    Jun 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In