ଆଲିଆ ଭଟ୍ଟଙ୍କ ‘କନ୍ୟାମାନ’ ବିଜ୍ଞାପନକୁ ନେଇ ବିବାଦ
ଆଲିଆ ଭଟ୍ଟଙ୍କ ‘କନ୍ୟାମାନ’ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ଏହାର ଡାଇଲଗକୁ ୟୁଜର୍ସ ନାପସନ୍ଦ କରିଛନ୍ତି । ବିଜ୍ଞାପନରେ ଆଲିଆ ନବବଧୂ ବେଶରେ ନଜର ଆସିଛନ୍ତି। ଆଲିଆ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଲେହେଙ୍ଗା ପିନ୍ଧିଛନ୍ତି । ପରିବାର ସଦସ୍ୟମାନେ ତାଙ୍କୁ କେତେମାତ୍ରାରେ ଭଲ ପାଉଛନ୍ତି, ତାହା ସେ ଏଥିରେ କହୁଛନ୍ତି। ଏହାପରେ ସେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯେ, ଝିଅମାନଙ୍କୁ 'ପରଧନ’ କାହିଁକି କୁହାଯାଏ? ଏହାବାଦ୍ କନ୍ୟା ଦାନର ଜିନିଷ ନୁହେଁ ବୋଲି ସେ କହିଛନ୍ତି। ନୂଆ ଆଇଡିଆ 'କନ୍ୟାମାନ' ଆଲିଆ କହିବା ପରେ ଭିଡିଓଟି ଶେଷ ହୋଇଛି। ଯାହାକୁ ଅନେକ ନାପସନ୍ଦ କରିଛନ୍ତି । ଅନେକ ୟୁଜର୍ସ ବାରମ୍ବାର ପୋଷାକ ବ୍ରାଣ୍ଡଗୁଡ଼ିକ ହିନ୍ଦୁ ଦେବୀ ଦେବତାଙ୍କ ସହ ପରମ୍ପରା ଓ ସଂସ୍କୃତିକୁ ଅପମାନ କରୁଛନ୍ତି ବୋଲି କହିଛନ୍ତି । ସେମାନେ ଆଲିଆଙ୍କ ସହ ଏହି ବ୍ରାଣ୍ଟକୁ ବୟକଟ୍ କରିବା ପାଇଁ କହିଛନ୍ତି।
ବିଶେଷ କରି ସୋସିଆଲ ମିଡିଆ ୟୁଜର୍ସ, ଆଲିଆଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ହିନ୍ଦୁଧର୍ମର ଆଲିଆ ଅପମାନ କରିଛନ୍ତି କହି ଅନେକ ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି ।
Powered by Froala Editor