‘ମେ’୨ରେ ଭଲ ହେବ ମମତାଙ୍କ ଗୋଡ଼, ଚାଲିଚାଲି ଯିବେ ରାଜଭବନ’, ଏମିତି କହିଲେ ଅମିତ ଶାହା
କୋଲକାତା : ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ବିଜେପି ସବୁ ବଳ ଲଗାଇଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୌଣସି ସୁଯୋଗକୁ ବି ହାତଛଡ଼ା କରୁନାହାନ୍ତି । ଯାହାକି ତୃଣମୂଳ କଂଗ୍ରେସର ଚିନ୍ତା ବଢ଼ାଇଦେଇଛି । ଗୋଟିଏ ପଟେ ବିଜେପି ଟିଏମସିକୁ ଘେରୁଥିବାବେଳେ ଅପରପକ୍ଷରେ କଂଗ୍ରେସ ଓ ବାମଦଳ ବି ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି । ଆରୋପ ପ୍ରତ୍ୟାରୋପ ବି ଜୋରଧରିଛି ।
ଏସବୁ ଭିତରେ ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା ମମତାଙ୍କୁ ସମାଲୋଚନା କରିବା ସହ କଟାକ୍ଷ ବି କରିଛନ୍ତି । ଶାହା କହିଛନ୍ତିଯେ, ମେ’ ୨ ସୁଦ୍ଧା ମମତାଙ୍କ ଗୋଡ଼ ଭଲ ହୋଇଯିବ ବୋଲି ସେ ଆଶା କରୁଛନ୍ତି । ଯାହାଫଳରେ ସେ ଚାଲିଚାଲି ରାଜଭବନ ଯାଇ ଇସ୍ତଫା ଦେଇପାରିବେ ।
ସେହିପରି ପଶ୍ଚିମବଙ୍ଗର ୫ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ୧୮୦ରୁ ୧୨୨ ଆସନରେ ବିଜେପି ବାଜିମାତ କରିବ । ସେହିପରି ମମତା ବାନାର୍ଜୀ ମଧ୍ୟ ନନ୍ଦିଗ୍ରାମରୁ ହାରିଯିବେ ବୋଲି ସେ କହିଛନ୍ତି ।