ବିପଦ ସଙ୍କେତର ବହୁ ତଳେ ବହୁଛି ମହାନଦୀ
କଟକ: ବିପଦ ସଙ୍କେତର ବହୁ ତଳେ ବହୁଛି ମହାନଦୀ । ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ୬ ଲକ୍ଷ ୬୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାସହ ନରାଜ ବ୍ୟାରେଜ ଦେଇ ୩ ଲକ୍ଷ ୩୦ ହଜାର୭୧୩ କ୍ୟୁସେକ ପାଣି ପ୍ରବାହିତ ହେଉଛି ।
ସେହିପରି ଯୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୩୨ ହଜାର ୪୦୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ମହାନଦୀର ଶାଖା ନଦୀ କାଠଯୋଡିରେ ୩ ଲକ୍ଷ ୩୦ ହଜାର୭୧୩ କ୍ୟୁସେକ ପାଣି ପ୍ରବାହିତ ହେଉଛି । ତେବେ ବିପଦ ସଙ୍କେତର ବହୁ ତଳେ ମହାନଦୀ ରହୁଛି ।
ଏବେ ୨୪ଟି ଗେଟ ଦେଇ ହୀରାକୁଦ ଡ୍ୟାମରୁ ହେଉଛି ଜଳ ନିଷ୍କାସନ । ବିଗତ କିଛିଦିନ ହେଲା ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମର ୨୮ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା । ତେବେ ଆଜି ୪ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଫଳରେ ବର୍ତ୍ତମାନ ୨୪ଟି ଗେଟ ଖୋଲା ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ହୋଇଥିବାବେଳେ ବର୍ତ୍ତମାନ ଜଳସ୍ତର ୬୨୮.୨୯ଫୁଟ ରହିଛି ।
ଏହି ସମୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩,୭୧,୨୬୪ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨୪ଟି ଗେଟ ଜରିଆରେ ତାଳମୁଣ୍ଡକୁ ସେକେଣ୍ଡ ପ୍ରତି ୪,୦୯,୩୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
Powered by Froala Editor