ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, କାଲି ରାୟ
ଭୁବନେଶ୍ୱର: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ଆସନ୍ତାକାଲି ମାନ୍ୟବର କୋର୍ଟ ରାୟ ଶୁଣାଇବେ ।
ପ୍ରକଶ ଯେ, ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ପ୍ରଥମେ ରାଜ୍ୟ ସରକାର ପୂଜା ଗାଇଡଲାଇନରେ କହିଥିଲେ । ତେବେ ଏନେଇ ବିବାଦ ଉପୁଜିବା ପରେ ରାଜ୍ୟ ସରକାର ଓ ଶାନ୍ତି କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଦୁଇ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରୋକଠୋକ ମନା କରାଯାଇଥିଲା । ଯାହାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁବଜାର ପୂଜା କମିଟି କୋର୍ଟ ଯାଇଥିଲା ।
Powered by Froala Editor