ଆସନ୍ତାକାଲି ସନ୍ଧ୍ୟାରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷାରେ ଏବେ ରାଜ୍ୟର ଅଧିକାଂଶ ସ୍ଥାନ ଜଳବନ୍ଦୀ ଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରା ଓଡ଼ିଶାକୁ ବୁଡ଼େଇବା ପରେ ଏବେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି । ଆସନ୍ତାକାଲି ସନ୍ଧ୍ୟାରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏହାର ପ୍ରଭାବରେ ବିଶେଷ ବର୍ଷା ହେବ ନାହିଁ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି । ତେବେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯିବ ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୮.୩୯ ଫୁଟ ରହିଛି। ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ୨୪ ଟି ଗେଟ ଯୋଗେ ସେକେଣ୍ଡ ପ୍ରତି ୪ ଲକ୍ଷ ୨୩ ହଜାର ୦୮୯ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି।
Powered by Froala Editor