ସାମାନ୍ୟ ଜିରା ଆଣିବ କେଶରେ ଚମକ
ଆଜି କାଲି ସବୁ ବୟସର ଲୋକମାନେ କେଶ ଜନିତ ସମସ୍ୟାର ଶିକାର ହେଉଛନ୍ତି । ଏଥିପାଇଁ ଲୋକେ ଅନେକ ପ୍ରକାର ଉପାୟ ପ୍ରୟୋଗ କରୁଛନ୍ତି । କିନ୍ତୁ ଏପରି କିଛି ଘରୋଇ ଉପାୟ ଅଛି ଯାହା ଆପଣଙ୍କୁ ସବୁ କେଶ ଜନିତ ସମସ୍ୟାରୁ ରକ୍ଷା କରିବ । ଜିରା ଏକ ସ୍ୱାସ୍ଥ୍ୟ ଉପକାରୀ ଜିନିଷ ଏହାକୁ ଖାଦ୍ୟ ବ୍ୟଞ୍ଜନ ତିଆରି କରିବାରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଅନେକ ପ୍ରକାର କେଶ ସମସ୍ୟାରୁ ମୁକ୍ତି ଦେଇଥାଏ ।
କିପରି ବ୍ୟବହାର କରିବେ:
କଳା ଜିରାକୁ ପାଣିରେ ଭିଜାନ୍ତୁ । ଏହାର ପାଣିକୁ ଅଣ୍ଡାର କେଶର ଓ ଅଲିଭ୍ ଅଏଲରେ ମିଶାଇ ଚୁଟିରେ ଲଗାନ୍ତୁ । ଏହାକୁ କେଶରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ଭଲଭାବେ କେଶକୁ ସାମ୍ପୁ କରିଦିଅନ୍ତୁ । ଏପରି କରିବା ଦ୍ୱାରା କେଶ ଝଡିବାରୁ ମୁକ୍ତି ମିଳିବା ସହିତ କେଶ ଲମ୍ବା ଓ ସାଇନିଂ କରିବାରେ ମଧ୍ୟ ସହଯୋଗ କରେ । ଏହା ସହିତ ଜିରା ତେଲକୁ ଅଲିଭ ଅଏଲ ଓ ନଡିଆ ତେଲରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ତେଲକୁ ଲଗାଇ ଅଧଘଣ୍ଟା ମୁଣ୍ଡରେ ରଖନ୍ତୁ । ତାପରେ ସାମ୍ପୁ କରି କେଶକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଚନ୍ଦାପଣରୁ ମୁକ୍ତି ମିଳିବା ସହିତ, ରୁପି ସମସ୍ୟାରୁ ମୁକ୍ତି ମିଳିଥାଏ ଓ କେଶରେ ଚମକ ଆସିଥାଏ ।
Powered by Froala Editor