ବଢିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ମାମଲା
କଟକ: ମୂର୍ତ୍ତି ଉଚ୍ଚତା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ୮ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଦାବି କରି କଟକ ବାଲୁବଜାର ପୂଜା କମିଟିର ସମ୍ପାଦକ ରାମ ଚନ୍ଦ୍ର ବେହେରା ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଛନ୍ତି ପୂଜାକମିଟି ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ । ଏ ସମ୍ପର୍କରେ ସୂର୍ଯ୍ୟକାନ୍ତ କହିଛିନ୍ତି ଦୀର୍ଘ ୫୦୦ ବର୍ଷର ପରମ୍ପରା ରକ୍ଷାକରିବା ଉଚିତ । ପ୍ରତିବର୍ଷ ୮ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା କରାଯାଏ । ଗତବର୍ଷ ପରମ୍ପରା ରକ୍ଷା କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲୁ ଓ ପରେ ସାଢେ ୭ଫୁଟର ମୂର୍ତ୍ତି ପୂଜା କରିଥିଲୁ । ତେବେ ଏବର୍ଷ ସରକାର ୪ଫୁଟ ମୂର୍ତ୍ତି ପାଇଁ ଗାଇଡଲାଇନ ଜାରି କରିଥିବାରୁ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ ସମ୍ପର୍କ ନାହିଁ କିନ୍ତୁ ପରୋକ୍ଷରେ ଏହା ସଂକ୍ରମଣ ବଢାଇପାରେ । କାରଣ ମୂର୍ତ୍ତି ଉଚ୍ଚତା ବଢିଲେ ସାଜସଜ୍ଜା ମଧ୍ୟ ବଢିବ । ଏହା ଦ୍ୱାରା ଲୋକମାନେ ଆକର୍ଷିର୍ତ ହୋଇ ଏକତ୍ରିତ ହେବେ ଓ ଜନଗହଳି ସ୍ଥିତି ସୃଷ୍ଟି ହେବ ଓ ସାମାଜିକ ଦୂରତା ବଜାୟ ରହିବ ନାହିଁ । ତେଣୁ ମୂର୍ତ୍ତି ଉଚ୍ଚତା ନୁହେଁ ବରଂ ଭକ୍ତି ରହୁ, କାରଣ ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ବୋଲି ଡାକ୍ତର କହିଛିନ୍ତ ଓ ଏସମ୍ପର୍କରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ସଂକ୍ରମଣ କମୁଥିଲେ ମଧ୍ୟ, ଏଯାଏ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । ତେଣୁ କଟକଣା ମାନିବା ଉଚିତ୍ ଓ ଧର୍ମପାଳନ ପାଇଁ ଅନେକ ସମୟ ରହିଛି । ପ୍ରଥମେ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।
Powered by Froala Editor