ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍
ଭୁବନେଶ୍ୱର: ହୀରାକୁଦ ଡ୍ୟାମର ଆଉ ୬ଟି ଗେଟକୁ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମର ଆଉ ୬ଟି ଗେଟକୁ ଖୋଲାଯାଇଛି । ଗତକାଲି ଜଳପତ୍ତନ ବୃଦ୍ଧି ପାଇବା ଯୋଗୁଁ ୬ଟି ଗେଟ ଖୋଲାଯାଇଥିଲା । । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।
ବର୍ତ୍ତମାନ ଜଳସ୍ତର ୬୨୮.୧୦ ଘନ ଫୁଟ ରହିଛି । ସେକେଣ୍ତ ପ୍ରତି ୨ ଲକ୍ଷ ୯୮ ହଜାର ୮୧ କ୍ୟୁସେକ ଜଳ ପ୍ରବେଶ । ସେହିପରି ୨ ଲକ୍ଷରୁ ଅଧିକ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର । ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି । ଫଳରେ ବନ୍ୟା ଆଶଙ୍କାରେ ଲୋକେ ମୁଣ୍ଡରେ ହାତ ଦେଲେଣି।
Powered by Froala Editor