ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ଅନେକ ସଦସ୍ୟ ଅବସର ନେଉଛନ୍ତି। ଏହି ଖାଲି ଆସନ ପାଇଁ ଅନେକ ସଦସ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ସମସ୍ତ ସଦସ୍ୟଙ୍କ ସଂସଦୀୟ ଜୀବନ ଏବଂ କାର୍ଯ୍ୟକାଳ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅବସରପ୍ରାପ୍ତ ସଦସ୍ୟଙ୍କ ଭୂମିକାକୁ ଗଣତନ୍ତ୍ରକୁ ସୁଦୃଢ଼ କରିବା ଭାବରେ ବର୍ଣ୍ଣନା କରିଥିଲେ। ସାଂସଦ ମାନଙ୍କ ଅବସର ସମ୍ପର୍କରେ ମୋଦୀ କହିଛନ୍ତି ଯେ ଗୃହ ଏକ ଖୋଲା ବିଶ୍ୱବିଦ୍ୟାଳୟ ଭଳି। ନୂତନ ସାଂସଦମାନେ ସର୍ବଦା ଶିଖିବା ଉଚିତ। ଆମର ଶିକ୍ଷା ଏବଂ ଦୀକ୍ଷା ଉଭୟ ଏଠାରେ ହୁଏ। ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ। ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ।
Powered by Froala Editor