ଏପରି ତିଆରି କରନ୍ତୁ ସୁଆଦିଆ ନୁଡୁଲ୍ସ ରାଇସ

ଆଜିକାଲି ସମସ୍ତେ ନୁଡୁଲ୍ସ ଖାଇବାକୁ ଖୁବ ପସନ୍ଦ କରୁଛିନ୍ତି । କାରଣ ଏହା ଫଟାକ୍ ସେ ତିଆରି ହୋଇଯାଏ । କିନ୍ତୁ ଫାଷ୍ଟ ଫୁଡ ଖାଇବାକୁ ଅନେକ ବାରଣ କରିଥାନ୍ତି । ଏହା ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ ବୋଲି ଡାକ୍ତର କହିଥାନ୍ତି । କିନ୍ତୁ ଯଦି ତାକୁ ଆପଣ ଭିନ୍ନ ଉପାୟରେ ତିଆରି କରି ଖାଇବେ ଆପଣଙ୍କୁ ସୁଆଦିଆ ଲାଗିବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ । ଏମିତି ଏକ ରେସିପି ହେଉଛି ନୁଡଲ୍ସ ରାଇସ୍ ।
କିପରି ତିଆରି କରିବେ?
ପ୍ରଥମେ ଆପଣ ମନ ପସନ୍ଦର ନୁଡଲ୍ସ ଆଣି ତାକୁ ହାତରେ ଭାଙ୍ଗି ଛୋଟ ଛୋଟ ଖଣ୍ଡ ଚୁନା କରି ଦିଅନ୍ତୁ, କିଛି ଅରୁଆ ଭାତ ନିଅନ୍ତୁ । ମନ ପସନ୍ଦର ପରିବା, କଞ୍ଚା ଲଙ୍କା, ପିଆଜ, ଟମାଟୋ, ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ପ୍ରଥମେ ନିଆଁରେ ଏକ ପ୍ୟାନ ବସାଇ, ଅଳ୍ପ ତେଲ ପକାଇ ସେଥିରେ ପିଆଜ, କଞ୍ଚା ଲଙ୍କା, ରସୁଣ ପକାଇ ଟିକେ ଫ୍ରାଏ କରନ୍ତୁ । ତାପରେ ଟମାଟୋ ପକାନ୍ତୁ । ଏହାପରେ କଟାଯାଇଥିବା ସବୁ ପରିବା ପକାନ୍ତୁ । ତାକୁ ଟିକେ ଭାଜିଲା ପରେ ନୁଡଲ୍ସ ମସଲା, ଲଙ୍କା ଗୁଣ୍ଟ , ଲୁଣ, ହଳଦୀ ପକାଇ ଗୋଳାଇ ଦିଅନ୍ତୁ, ଏହାପରେ ଚୁନା କରିଥିବା ନୁଡଲ୍ସ ପକାଇ ଅଳ୍ପ ପାଣି ଦେଇଦିଅନ୍ତୁ । କିଛି ସମୟ ପରେ ନୁଡଲ୍ସ ହୋଇ ଆସିଲେ ସେଥିରେ ଅରୁଆ ଭାତ ପକାଇ ଗୋଳାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ ଅଳ୍ପ ଗରମ ମସଲା ଓ ଧନିଆ ପତ୍ର ପକାଇ ଗୋଟେ ପ୍ଲେଟରେ କିଛି ଟମାଟୋ କେଚପ ଓ ପିଆଜ ସହ ଆଣି ଖାଆନ୍ତୁ ସୁଆଦିଆ ନୁଡଲ୍ସ ରାଇସ ।
Powered by Froala Editor