ଏପରି କରନ୍ତୁ ଡାଲମା, ହାତ ଚାଟି ଖାଇବେ

ଆମେ ଦୈନନ୍ଦିନ ଜୀବନରେ ଡାଲମା ଖାଇବାକୁ ପସନ୍ଦ କରିଥାଉ । ଡାଲମା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରୀ ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାର ପରିବା ପଡିଥିବାରୁ, ଏଥିରୁ ଶରୀରକୁ ପ୍ରଚୁର ପୋଷଣ ଯୋଗାଇଥାଏ ଘରେ ବିଭିନ୍ନ ପ୍ରକାର ଡାଲମା ହୋଇଥାଏ । ଯେମିତିକି ହବିଶ ଡାଲମା, ମିଠା ଡାଲମା, ନାଡିପକା ଡାଲମା, ଶାଗ ଡାଲମା, ଲାଉ ଡାଲମା ଇତ୍ୟାଦି । ସବୁ ପ୍ରକାର ଡାଲମା ତିଆରି କରିବା ପ୍ରଣାଳୀ ଭିନ୍ନ ହୋଇଥାଏ । ତେଣୁ ଏମିତି ଉପାୟରେ ଡାଲମା କରନ୍ତୁ, ଅତ୍ୟନ୍ତ ସୁଆଦିଆ ଲାଗିବ ।
ପ୍ରସ୍ତୁତି: ପ୍ରଥମେ ଆପଣ ପସନ୍ଦ କରୁ୍ଥିବା ପରିବାକୁ ଭଲ ଭାବେ ଧୋଇ କାଟି ନିଅନ୍ତୁ । ଳଲରାକୁ ଛାଡି ଆପଣ ଆଉ ସବୁ ପରିବା ବ୍ୟବହାର କରିପାରିବେ । ଏହାପରେ ଆପଣ ଟିକେ ଅଧିକ ଅଦାକୁ ଛେଚି ନିଅନ୍ତୁ , କିଛି କୋରା ନଡିଆ ନିଅନ୍ତୁ ଓ ନିଜ ପସନ୍ଦର ଡାଲିକୁ ଭଲ ଭାବେ ଧୋଇ ନିଅନ୍ତୁ । ଏହାପରେ ଗୋଟିଏ ହାଣ୍ଡିରେ ପାଣି ଗରମ କରି ସେଥିରେ ପରିବା ପକାନ୍ତୁ । ପରିବା ଟିକେ ସିଝି ଆସିଲେ ଡାଲି, ଲୁଣ, ହଳଦି ପକାନ୍ତୁ । କିଛି ସମୟ ପରେ ଏଥିରେ ଅଦା ଛେଚା ପକାନ୍ତୁ । ଏହାପରେ ଡାଲି ସମ୍ପୁର୍ଣ୍ଣ ସିଝି ଆସିଲେ, ସେଥିରେ କୋରା ନଡିଆ ଓ ଅଳ୍ପ ଚିନି ପକାନ୍ତୁ । ଏହାପରେ ଆଉ ଗୋଟେ ପ୍ୟାନ ଗରମ କିଛି ତେଲ, ହେଙ୍ଗୁ, ଶୁଖିଲା ଲଙ୍କା, ଜିରା ପକାଇ ଛୁଙ୍କ କରି, ହୋଇଥିବା ଡାଲମାରେ ଢାଳନ୍ତୁ । ଏହାପରେ ସେଥିରେ ଜିରା, ଲଙ୍କା ଗୁଣ୍ଡ,ଧନିଆ ପତ୍ର ଓ ଶୁଖିଲା ମେଥିପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ସୁଆଦିଆ ଓ ସ୍ୱାସ୍ଥ୍ୟକର ଡାଲମା । ଏଥିରେ କୌଣସି ବିଶେଷ ମସଲା ବ୍ୟବହାର ହୋଇନଥାଏ । ସେଥିପାଇଁ ଏହା ଖାଇବାକୁ ସୁଆଦିଆ ଲାଗିବା ସହିତ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରୀ ହୋଇଥାଏ ।
Powered by Froala Editor