କିପରି କରିବେ ଚକ୍ଷୁ ଦାନ ଜାଣନ୍ତୁ
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସମସ୍ତ ଅଙ୍ଗ ମୂଲ୍ୟବାନ ହୋଇଥାଏ । ଆଖିକୁ ସାକ୍ଷୀ ବୋଲି କୁହାଯାଏ । ଏ ସଂସାରରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏ ସୁନ୍ଦର ପୃଥିବୀକୁ ଦେଖିବାକୁ ଅସମର୍ଥ । ତେବେ କୁହାଯାଏ ଯେ ମୃତୁ୍ୟ ପରେ ଅଙ୍ଗଦାନ କରି ନିଜକୁ ବଞ୍ଚେଇବା ସହିତ ଅନ୍ୟକୁ ମଧ୍ୟ ଜୀବନ ଦାନ ଦେଇ ପାରିବେ । ଚକ୍ଷୁଦାନ କରିବା ଦ୍ୱାରା ଆପଣ ୨ଟି ବ୍ୟକ୍ତିଙ୍କୁ ଦୃଷ୍ଟିଶକ୍ତି ପ୍ରଦାନ କରିପାରିବେ ।
ଯଦି ଆପଣ ଚକ୍ଷୁଦାନ କରିବାକୁ ଚାହୁଁଛନ୍ତି ତେବେ କୌଣସି ଚକ୍ଷୁବ୍ୟାଙ୍କ କିମ୍ବା ଚକ୍ଷୁ ଡାକ୍ତରଖାନାକୁ ଯାଇ ଠିକ୍ ଫର୍ମାଟରେ ନିଜର ନାମ ପଞ୍ଜିକୃତ କରାଇ ନିଅନ୍ତୁ । ମୃତୁ୍ୟ ପରେ ଆପଣଙ୍କ ଘରୁ ହେଉ କିମ୍ବା ଡାକ୍ତରଖାନାରୁ ହେଉ ଚକ୍ଷୁ କଲେକ୍ସନ ଟିମ୍ ଯାଇ ସେଠାରୁ ଚକ୍ଷୁୁ ସଂଗ୍ରହ କରିପାରିବେ । ଯଦି ଆଗରୁ ନାମ ପଞ୍ଜିକୃତ କରିନଥିବେ, ଆପଣଙ୍କ ପରିବାର ଲୋକ ଚାହିଁଲେ ମଧ୍ୟ ମୃତୁ୍ୟ ପରେ ନାମ ପଞ୍ଜିକୃତ କରିପାରିବେ । କହି ରଖୁଛୁ ଯେ ଏହି କାର୍ଯ୍ୟ ମୃତୁ୍ୟର ୬ଘଣ୍ଟା ପରେ ହେବା ଆବଶ୍ୟକ । ଏଥିପାଇଁ ମୃତୁ୍ୟ ପରେ ଶରୀରକୁ ଥଣ୍ଡା ସ୍ଥାନ କିମ୍ବା ଏସି ରୁମରେ ରଖିବା ଉଚିତ୍ ଓ ଆଖିରେ ଧଳା କପଡା ଘୋଡାଇ ରଖିବା ଦରକାର । କିନ୍ତୁ ମୃତ ଶରୀର ରହିଥିବା ଘରେ ଫ୍ୟାନ ଦେବା ଉଚିତ୍ ନୁହେଁ । ଅନେକ ଲୋକ ଭାବନ୍ତି ଯେ ଚକ୍ଷୁଦାନ ସମୟରେ ସେମାନେ ସମ୍ପୂର୍ଣ୍ଣ ଆଖି ତାଡି ଦେଇଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଏଥିରେ କେବଳ ଆଖିର ସ୍ୱଚ୍ଛପଟ୍ଟଳ କୁ କଢାଯାଇଥାଏ ଓ ସେଠାରେ ଏକ ପ୍ଲାଷ୍ଟିକ କ୍ୟାପ ଲଗାଇ ଆଖିପତାକୁ ବନ୍ଦ କରାଯାଇଥାଏ । ଯାହା ଫଳରେ କୌଣସି ଅସୁନ୍ଦର ଦେଖାଯାଏ ନାହିଁ । ଏହି ଦାନ ସମାଜ ପାଇଁ ମହତ ଦାନ ହୋଇଥାଏ । ପ୍ରତିବର୍ଷ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚକ୍ଷୁ ଦିବସ ପାଳନ କରାଯାଏ ।
Powered by Froala Editor