ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ପୁରସ୍କାର ସହ ସରକାରୀ ଚାକିରି
ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରସ୍କାର ଦେବେ । ଏନେଇ କ୍ରୀଡା ବିଭାଗ ସ୍ପଷ୍ଟିକରଣ କରିଛି। ଟୋକିଓ ପାରାଲିମ୍ପିକ୍ସରେ ପ୍ରମୋଦ ଏହି ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଓ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବ୍ୟାଡମିଣ୍ଟନରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ସେ।
ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ପାଇଁ ପୂର୍ବରୁ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି, ରୌପ୍ୟ ବିଜେତାଙ୍କ ପାଇଁ ୪ କୋଟି ଓ କାଂସ୍ୟ ବିଜେତାଙ୍କ ପାଇଁ ଅଢେଇ କୋଟି ଘୋଷଣା ହୋଇଥିଲା । ହକି କାଂସ୍ୟ ପଦକ ବିଜେତା ଦଳର ସଦସ୍ୟ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ରାଜ୍ୟ ସରକାର ଅଢେଇ କୋଟି ଟଙ୍କା ଦେଇ ସାରିଛନ୍ତି ।
Powered by Froala Editor