Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ...

  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

  • ଛାଡପତ୍ର ଆବେଦନ ପ୍ରତ୍ୟାହାର କଲେ ...

  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ...

  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ...

  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ...

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ...

  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

ରାଜନୀତି
Home ›› ରାଜନୀତି ››ରାଜ୍ୟ ଅର୍ଥନୀତିର ଅଧୋଗତି : ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ

ରାଜ୍ୟ ଅର୍ଥନୀତିର ଅଧୋଗତି : ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ

2021-09-08 11:04:45
15555
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ ଅର୍ଥନୀତିର ଅଧୋଗତି : ଋଣ ବୋଝରୁ ଋଣ ଜନ୍ତାକୁ ଦ୍ରୁତଗତି ରାଜ୍ୟ କରିଥିବା ଋଣ ଟଙ୍କାର ସଠିକ୍ ବିନିଯୋଗ ନେଇ ଶ୍ୱେତପତ୍ର ଦାବି କଲା କଂଗ୍ରେସ

ଭୁବନେଶ୍ୱର - ଓଡ଼ିଶା ସରକାରଙ୍କ ଅର୍ଥନୀତିର କୁ-ପରିଚାଳନା ଯୋଗୁଁ ରାଜ୍ୟ ଋଣବୋଝରୁ ଯାଇ ଋଣ ଜନ୍ତାରେ ପଡ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭ ଶହ ୬୧ ଟଙ୍କା କୁ ବୃଦ୍ଧି ପାଇବା ରାଜ୍ୟ ଅର୍ଥନିତୀର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ପବିତ୍ର ବିଧାନସଭା ଗୃହ ଭିତରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସ୍ପଷ୍ଟ କରିଛି ଯେ, ବିଗତ ୧୦ ବର୍ଷ ଭିତରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି । ୨୦୧୧ - ୨୦୧୨ ମସିହାରେ - ୯ ହଜାର ୧ ଶହ ୪୪ ଟଙ୍କା ଥିବାବେଳେ ବର୍ତ୍ତମାନ ୨୦୨୧-୨୨ ମସିହାରେ -୨୩ ହଜାର ୭ ଶହ ୬୧ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ୨୦୧୯ ମସିହାରେ - ୧୮ ହଜାର ୨ ଶହ ୨୮ ଟଙ୍କା ଥିବାବେଳେ, ୨୦୨୦ ମସିହାରେ - ୨୩ ହଜାର ୫ ଶହ ୨୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି । ଶାସକ ବିଜୁ ଜନତା ଦଳ ତରଫରୁ ସଫେଇ ଦିଆଯାଇ ଯାହା କୁହାଯାଉଛି ଯେ, ରାଜ୍ୟର ଋଣଭାର ଜି.ଏସ୍‌.ଡ଼ି.ପି. ବା ରାଜ୍ୟର ସକଳ ଘରୋଇ ଉତ୍ପାଦର ଏଫ୍‌.ଆର.ବି.ଏମ୍‌. ଆଇନ୍ ବା ବିତିୟ ଦାୟିତ୍ୱ ଓ ବଜେଟ ପରିଚାଳନା ନିୟମ - ୨୦୦୩ ଅନୁସାରେ ୨୫ ପ୍ରତିଶତ ଭିତରେ ରହିଛି, ତେଣୁ ଏହାଚିନ୍ତାଜନକ ବିଷୟ ନୁହେଁ, ଯାହା ଆଦୌ ଗ୍ରହଣ କରାଯାଇନପାରେ । ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ୧,୨୨,୯୧୭ କୋଟି ଟଙ୍କାରେ ପହଂଚିବାରେ ଆକଳନ କରାଯାଇଛି । ଏକଥା ସତ୍ୟ ଯେ, ପୂର୍ବରୁ ଥିବା ଋଣ ଉପରେ ସ୍ଥାୟୀ ସୁଧ ହାର ଯଥାକ୍ରମେ ୧୪ ପ୍ରତିଶତ ଓ ୧୮ ପ୍ରତିଶତ ଥିବାବେଳେ ଦ୍ୱାଦଶ ଅର୍ଥକମିଶନଙ୍କ ସୁପାରିଶ ଆଧାରରେ ଏହାକୁ କମ୍ କରାଯାଇ ବର୍ତ୍ତମାନ ୩ ପ୍ରତିଶତ, ୫ ପ୍ରତିଶତ ଓ ୭ ପ୍ରତିଶତ କରାଯାଇଅଛି । ତେଣୁ ରାଜ୍ୟ ସରକାର ଋଣ ଉପରେ ପ୍ରଦାନ କରୁଥିବା ସୁଧ କମିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ରାଜ୍ୟ ସରକାର କରୁଥିବା ଋଣ କିଭଳି ଭାବେ ବିନିଯୋଗ କରୁଛନ୍ତି ଯଦ୍ୱାରା କି ଦୀର୍ଘ ମିଆଦି ସୁତ୍ରରେ ସରକାରଙ୍କର ଆୟବୃଦ୍ଧି ଘଟିବ । ଶ୍ରୀ ଶତପଥି ଏକଥା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିକାଶଶୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ଋଣ କରିବାର ବ୍ୟବସ୍ଥା ରହିଛି ତାକୁ ବିରୋଧ କରେ ନାହିଁ । କିନ୍ତୁ ଋଣ କରିଥିବା ଅର୍ଥକୁ ସରକାର ସଠିକ୍ ମାର୍ଗରେ ବିନିଯୋଗ ନ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଓ ଭୋଟ ହାତେଇବା ପାଇଁ ନେଉଥିବା ପଦକ୍ଷେପକୁ ବିରୋଧ କରେ । ସରକାର ବିଭିନ୍ନ ସୁତ୍ରରୁ ଋଣ କରି ତାକୁ ପୁଞ୍ଜି ଭାବରେ ବିନିଯୋଗ କରି ରାଜ୍ୟର ଆୟବୃଦ୍ଧି ଘଟାଇବା ତଥା ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ପରିବର୍ତ୍ତେ ଋଣ ଟଙ୍କାର କୁ-ବିନିଯୋଗ ରାଜ୍ୟର ମୁଣ୍ଡ ପିଛା ଋଣଭାର ବଢ଼ାଇ ଚାଲିଛନ୍ତି । ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ଏହି ଯେ, ସରକାର ଋଣ ଟଙ୍କାର ୯୭ ପ୍ରତିଶତ ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତି ସୃଷ୍ଟି କରିବାରେ ବିନିଯୋଗ କରନ୍ତି ନାହିଁ । ଯାହାଫଳରେ ଆଜି ଓଡ଼ିଶା ଭଳି ରାଜ୍ୟ ଦାଦନ ଶ୍ରମିକ ସମସ୍ୟା ନେଇ ଜର୍ଜରିତ ଅବସ୍ଥାରେ ରହିଛି । ରାଜ୍ୟରେ ରୋଜଗାରର ଅବକାସ ନାହିଁ, କର୍ମନିଯୁକ୍ତି ଆଶାରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ବିଗତ ଦଶବର୍ଷ ଭିତରେ ସରକାର ସ୍ଥାୟୀ ସଂପତି ( Long Term Assets) ସୃଷ୍ଟି କରିବାରେ ଋଣ ଟଙ୍କାକୁ ଆଦୌ ବିନିଯୋଗ କରିନାହାନ୍ତି । ବଜେଟରେ କ୍ୟପିଟାଲ ଇନ୍‌ଭେଷ୍ଟମେଂଟ ପାଇଁ ଥିବା ଅର୍ଥ ରାଶି ଅନ୍ୟବାବଦରେ ଖର୍ଚ୍ଚ କରାଯାଏ । ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଏମ୍‌.ଏସ୍‌.ଏମ୍‌.ଇ ବନ୍ଦ ପଡ଼ିଛି । ନବୀନ ବାବୁ ୨୦୧୫ ମସିହାରେ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ଏମ୍‌.ଏସ୍‌.ଏମ୍‌.ଇ କୁ କ୍ୟାପିଟାଏ ଇନ୍‌ଭେଷ୍ଟମେଂଟ ଉପରେ ୨୫ ପ୍ରତିଶତ ସବ୍‌ସିଡ଼ି ଦିଆଯିବ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରାଗଲା ନାହିଁ ।


କଂଗ୍ରେସର ଦାବୀ


୧. ରାଜ୍ୟ ସରକାର ଚଳିତ ବିଧାନ ସଭାରେ ବିଭିନ୍ନ ସୂତ୍ରରୁ କରିଥିବା ଋଣ, ଏହାର ସୁଧ ହାର ଓ ଏହାର ବିନିଯୋଗର ବ୍ୟବସ୍ଥାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।


୨. ବିଗତ ୨୧ ବର୍ଷ ଧରି ଶାସନ କରୁଥିବା ବି.ଜେ.ଡ଼ି ସରକାର ଋଣକୁ ପୁଞ୍ଜିଭାବରେ ବ୍ୟବହାର କରି ରାଜ୍ୟର ଆୟ କେତେ ବୃଦ୍ଧି କରିଛନ୍ତି ତାକୁ ସର୍ବସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।


୩. ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଋଣର ପରିମାଣ ଓ ଖର୍ଚ୍ଚ କରୁଥିବା ଦିଗ ଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ।


ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଉପସ୍ଥିତ ଥିଲେ ।

Powered by Froala Editor

Tags inc , congress ,

Related articles Odisha News Lens 4.1

  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...

    14243
    Aug 07, 2026
  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...
    ଦେଶ-ଦେଶାନ୍ତର

    ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...

    14571
    Aug 08, 2026
  • ଛାଡପତ୍ର ଆବେଦନ ପ୍ରତ୍ୟାହାର କଲେ ବିଜୟଙ୍କ ପତ୍ନୀ, ମାମଲାର ସମାଧାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଛାଡପତ୍ର ଆବେଦନ ପ୍ରତ୍ୟାହାର କଲେ ବିଜୟଙ୍କ ପତ୍ନୀ, ମାମଲାର ସମାଧାନ କଲେ କୋର୍ଟ

    13791
    Aug 08, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା
    ବିଶେଷ

    ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13819
    Aug 07, 2026
  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା
    ମନୋରଞ୍ଜନ

    ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

    14907
    Aug 06, 2026
  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

    15192
    Aug 06, 2026
  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା
    ଦେଶ-ଦେଶାନ୍ତର

    ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା

    14441
    Aug 07, 2026
  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍
    ମନୋରଞ୍ଜନ

    ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

    15031
    Aug 06, 2026
  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ
    ଦେଶ-ଦେଶାନ୍ତର

    ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ

    13605
    Aug 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

    14606
    Aug 08, 2026
  • ଦେଶ-ଦେଶାନ୍ତର

    ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା

    14441
    Aug 07, 2026
  • ଦେଶ-ଦେଶାନ୍ତର

    ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

    15192
    Aug 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17018
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17629
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17680
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18080
    Sep 06, 2023

ବିଶେଷ

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13819
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15695
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16193
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15046
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14537
    Jul 28, 2026

ବାଣିଜ୍ୟ

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14148
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14442
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14610
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14261
    Jul 29, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ

    13605
    Aug 07, 2026
  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

    15031
    Aug 06, 2026
  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

    14907
    Aug 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In