ନେପାଳ ଜେନ୍ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ପ୍ରଦାନ ଘୋଷଣା

ନୂଆଦିଲ୍ଲୀ: ନେପାଳ ଜେନ୍ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ପ୍ରଦାନ କରାଯିବ ବୋଲି ଦେଶର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କାଳରେ ସୁଶୀଳା ଏହି ଘୋଷଣା କରିଛନ୍ତି। ସମ୍ବୋଧନ କାଳରେ ସୁଶୀଳା ବିକ୍ଷୋଭରେ ପ୍ରାଣ ହରାଇଥିବା ଯୁବ ବିକ୍ଷୋଭକାରୀ ବିଶେଷକରି ଛାତ୍ରଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ବିକ୍ଷୋଭରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ୧୦ଲକ୍ଷ ଟଙ୍କାର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ। ଏମାନଙ୍କୁ ସହିଦଙ୍କ ଭଳି ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରାଯିବ। ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରୁ ଦୁର୍ନୀତି ହଟାଇବା ପାଇଁ ତାଙ୍କ ସରକାର ପ୍ରାଥମିକତା ଦେବେ।
Powered by Froala Editor