ବେଡ୍ରୁମ୍ରେ ଏହା ରଖିଲେ ହୋଇଥାଏ ଶୁଭ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ରାତିରେ ଶୋଇବା ସମୟରେ ବେଡ୍ ପାଖରେ ରଖିକି ଶୋଇଲେ ଶୁଭଫଳ ମିଳିଥାଏ…
* ତୁଳସୀ ପତ୍ର: ପବିତ୍ର ମନରେ କିଛି ତୁଳସୀ ପତ୍ରକୁ ନେଇ ରାତିରେ ଶୋଇବା ସମୟରେ ବେଡ୍ଠାରୁ ଅଳ୍ପ କିଛି ଦୂରରେ ରଖିବେ। ଏମିତି କିଛିଦିନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଘରେ ଖୁସିର ବାତାବରଣ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
* ବାମ୍ବୋ ପ୍ଲାଣ୍ଟ: ଏହା ଏକ ଏୟାର୍ ପ୍ୟୁରିଫାୟାର୍ ପ୍ଲାଣ୍ଟ। ଏହାକୁ ମଧ୍ୟ ବେଡ୍ରୁମ୍ରେ ବେଡ୍ ପାଖରେ ରଖିକି ଶୋଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଗୋଟା ହଳଦୀ: ରାତିରେ ଶୋଇବା ସମୟରେ ହଳଦିଆ ରଙ୍ଗର କପଡ଼ାରେ କିଛି ଗୋଟା ହଳଦୀକୁ ବାନ୍ଧି ବେଡ୍ ପାଖରେ ରଖିକି ଶୋଇଲେ, ବ୍ୟବସାୟ ଅଥବା ଚାକିରିରେ ଆସୁଥିବା ବାଧା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଏକ ଟଙ୍କିଆ ମୁଦ୍ରା: ଶୋଇବା ସମୟରେ ମୁଣ୍ଡିଆ ମାରି ବେଡ୍ ପାଖରେ ଏହି ମୁଦ୍ରାରୁ ଗୋଟିଏ ରଖିଲେ ଆର୍ଥିକ ସମସ୍ୟା ଧୀରେ ଧୀରେ ସୁଧୁରିଥାଏ ବୋଲି ଲୋକବିଶ୍ୱାସ ରହିଛି।
Powered by Froala Editor