ମାତାପିତା ହେବେ କଟ୍ରିନା-ବିକି କୌଶଲ

ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ ଦୁହେଁ ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଚର୍ଚ୍ଚା ହେଉଛି। କଟ୍ରିନା ଏବେ ଗର୍ଭବତୀ ଅଛନ୍ତି ଏବଂ ବିବାହର ୪ବର୍ଷ ପରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି।
ଫିଲ୍ମ ମେରୀ କିସମତ୍ ପରେ କଟ୍ରିନା ବଲିଉଡରୁ ଏକଦମ୍ ଗାୟବ ହୋଇଯାଇଛନ୍ତି। ତାଙ୍କ ଗୃହସ୍ତୀ ଜୀବନ ବିତାଉଛନ୍ତି ସେ। କିଛି ଦିନ ପୂର୍ବରୁ ବିମାନ ବନ୍ଦରରେ ନଜର ଆସିଥିଲେ କଟ୍ରିନା। ସେହି ସମୟରେ ହିଁ କ୍ୟାଟ୍ ପ୍ରେଗ୍ନେଣ୍ଟ ଥିବା ଚର୍ଚ୍ଚା ହେଉଥିଲା। ଏକ ନ୍ୟୁଜ୍ ୱେବସାଇଟରେ ଏକ ଖବର ପ୍ରକାଶିତ ହୋଇଥିଲା। ଯେଉଁଥିରୁ ଜଣାପଡିଥିଲା ଯେ କଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ।
ପୂର୍ବରୁ ଅନେକ ଥର ଏଭଳି ଚର୍ଚ୍ଚା ହୋଇଥିବା ବେଳେ ଅଭିନେତା ପ୍ରତିଥର ଚର୍ଚ୍ଚାକୁ ଅସ୍ବୀକାର କରି ଆସିଛନ୍ତି। ହେଲେ ଏଥର ସେ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ହେଉଥିବା ଚର୍ଚ୍ଚା ସତ ବୋଲି ବିଶ୍ବାସ କରାଯାଉଛି। ପୂର୍ବରୁ କଟ୍ରିନାଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଢ଼ିଲା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, କଟ୍ରିନା କୈଫ୍ ଏବଂ ବିକି କୌଶଲ ୨୦୨୧ ମସିହାରେ ରାଜସ୍ଥାନରେ ବିବାହ କରିଥିଲେ। କେବଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ। ଏହି ଦମ୍ପତି ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବିବାହର ଖବର ଦେଇଥିଲେ।
Powered by Froala Editor