ମୂର୍ତ୍ତି ଉଚ୍ଚତା ନେଇ ୨ ଦିନରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି
ଭୁବନେଶ୍ୱର: ଆଗକୁ ପାର୍ବଣ । ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଏବେ ବିବାଦ ଘନେଇବାର ଲାଗିଛି । ଏନେଇ ଆଜି ଲୋକସେବାଭବନରେ ବୈଠକ ଶେଷ ହୋଇଛି । ବୈଠକ ପରେ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।
ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ପୂଜା ଆଉ ମାସେ ଅଛି । ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଆଜି ଦୁର୍ଗା ମୂର୍ତ୍ତିକୁ ନେଇ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।
ପୂର୍ବରୁ ରାଜ୍ୟ ସରକାର ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ୪ ଫୁଟ ଏବଂ ଆବଦ୍ଧ ପୂଜା ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ । ଯାହାକୁ ନେଇ ପୂଜା କମିଟି ଶାନ୍ତି କମିଟି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଏହାକୁ ବିରୋଧ କରି ଥିଲେ ତା ସହ ରାଜ ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।
Powered by Froala Editor