ଜୀବନରେ କରନ୍ତୁ ନାହିଁ ଏହି ୫ଟି ଭୁଲ୍ ନଚେତ୍ ବରବାଦ ହୋଇଯିବେ
ଅର୍ଥନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ‘ଚାଣକ୍ୟ ନୀତିରେ’ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏଥିିରେ ସେ ୫ଟି ଭୁଲ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।
-ଯଦି କେହି ଲୋକ ନିଜ ବ୍ୟକ୍ତି ଧର୍ମ ସହ ଜଡିତ କାମ କରିବାରେ ଭୁଲ କରିଥାଏ ଏବଂ ତାହା ଜାଣିବା ପରେ ମଧ୍ୟ ସୁଧାରେ ନାହିଁ, ତେବେ ତାଙ୍କୁ ବଡ କ୍ଷତି ସହିବାକୁ ପଡିଥାଏ । ଧାର୍ମିକ କାମରେ ଭୁଲ୍ କରିବା ଦ୍ୱାରା ବ୍ୟକ୍ତି ବରବାଦ୍ ହୋଇଯାଏ ।
-ଧନୀ ହୁଅନ୍ତୁ କି ଗରୀବ, ସମସ୍ତେ ଟଙ୍କାର ଉପଯୁକ୍ତ ବ୍ୟବହାର କରିବା ଉଚିତ୍ । ନିଜର ରୋଜଗାରକୁ ଧ୍ୟାନରେ ରଖି ଟଙ୍କା ଖର୍ଚ୍ଚ କରିବା ଉଚି୍ତ ବୋଲି ସେଠରେ ଉଲ୍ଲେଖ ଅଛି ।
- ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଅତ୍ୟଧିକ ଭୋଜନ ଦରିଦ୍ରତାର କାରଣ ବୋଲି କୁହାଯାଏ । ଏନେଇ ଉକ୍ତ ବ୍ୟକ୍ତି କିଛି ସମୟ ପରେ ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି ।
-ଗୁରୁଙ୍କ ଆଦେଶକୁ ଅବମାନନା କରିଥିବା ବ୍ୟକ୍ତି ଜୀବନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏଥିନେଇ ବ୍ୟକ୍ତିଙ୍କୁ ଗୁରୁଙ୍କ ଆଦେଶ ପାଳନ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।
-ଔଷଧକୁ ନେଇ ସର୍ବଦା ସଜାଗ ରହିବା ଉଚିତ୍ । ଯଦି ରୋଗୀ ବ୍ୟକ୍ତି ଔଷଧ ନେବାରେ ଅବହେଳା କରିଥାଏ । ତେବେ ତାର ଜୀବନ ବି ଯାଇପାରେ । ଏଥିନେଇ ଔଷଧକୁ ଠିକ୍ ଭାବେ ଓ ଠିକ୍ ସମୟରେ ବ୍ୟବହାର ନକରିବା ଦ୍ୱାରା ଅସୁବିଧାରେ ପକାଇପାରେ ବୋଲି ଚାଣକ୍ୟ କହିଛନ୍ତି ।
Powered by Froala Editor