ମନ୍ଦିର ଦର୍ଶନ ପରେ ବାହାର ପାହାଚରେ କିଛି ସମୟ ପାଇଁ କାହିଁକି ବସିଥାନ୍ତି ଜାଣନ୍ତୁ
ପ୍ରାୟ ସମସ୍ତେ ମନ୍ଦିର ମନ୍ଦିର ଦର୍ଶନ ପରେ କିଛି ସମୟ ପାଇଁ ବାହାର ପାହାଚରେ ବସିଥାନ୍ତି କାରଣ ଏହା ଏକ ପ୍ରାଚୀନ ପରମ୍ପରା ଯାହାର ଏକ ବିଶେଷତ୍ତ୍ୱ ରହିଛି । ବାସ୍ତବରେ ମନ୍ଦିର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ । ସେହି ଶ୍ଳୋକଟି ହେଉଛି “ଅନାୟାସେନ ମରଣମ୍, ବିନା ଦେନ୍ୟେନ ଜୀବନମ୍, ଦେହାନ୍ତେ ତବ ସାନିଧ୍ୟମ, ଦେହିମେ ପରମେଶ୍ୱରମ” । ‘ଅନାୟାସେନ ମରଣମ୍’ ଅର୍ଥ ହେଉଛି ବିନା କଷ୍ଠରେ ମୃତୁ୍ୟ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଠ ସ୍ୱିକାର କରି ମୃତୁ୍ୟ ପ୍ରାପ୍ତ ନହେଉ ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ । ‘ବିନା ଦେନ୍ୟେନ ଜୀବନମ୍’ ଅର୍ଥ ହେଉଛି ପର ଉପରେ ନିର୍ଭର କରି ଜୀବନ ନଯାଉ । ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହ ସମସ୍ତଙ୍କ ନୈସର୍ଗିକ ଇଚ୍ଛା । ‘ଦେହାନ୍ତେ ତବ ସାନିଧ୍ୟମ’ ଅର୍ଥ ହେଉଛି ଯେବେବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ । ତାଙ୍କ ଦର୍ଶନ କରୁ କରୁ ପ୍ରାଣ ଯାଉ । ‘ଦେହିମେ ପରମେଶ୍ୱରମ’ ଅର୍ଥାତ ହେ ପରମେଶ୍ୱର ଏହି ସବୁ ବର ମୋତେ ଦିଅନ୍ତୁ । ଭଗବାନଙ୍କୁ ଗାଡି, ସନ୍ତାନ, ପତି, ପତ୍ନୀ, ଘର, ଧନ ଇତ୍ୟାଦି ମାଗନ୍ତୁ ନାହିଁ କାରଣ ଭଗବାନ ତ ଆପଣଙ୍କ ପାତ୍ରତାନୁସାରେ ସ୍ୱୟଂ ଆପଣଙ୍କୁ ଦେଉଛନ୍ତି । ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା କରିବା ଉଚିତ୍ । ପ୍ରାର୍ଥନାର ଅର୍ଥ ଯାଚନା ନୁହେଁ । ‘ପ୍ର’ ଅର୍ଥ ବିଶେଷ ବା ଶ୍ରେଷ୍ଠ ଓ ‘ଅର୍ଥନା’ ଅର୍ଥ ନିବେଦନ ।
Powered by Froala Editor