Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି

2021-04-16 11:25:27
15163
Share:
Facebook
Twitter
E-Mail
WhatsApp
Telegram
ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂମ୍ପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି
ଭୁବନେଶ୍ୱର,୧୬ ଏପ୍ରିଲ୍‌, ୨୦୨୧: ଭାରତର ଅଗ୍ରଣୀ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ପାରଂପାରିକ ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ ପ୍ରାଚୀନ ସିନ୍ଧୁ ସଭ୍ୟତାର ମୌଳିକ ସୁନ୍ଦର କଳାକୃତି ଢୋକ୍ରା ଶିଳ୍ପର କାରିଗର ମାନଙ୍କ ପାଇଁ ଏକ ଆଡଭାନସ ପ୍ରଡକ୍ଟ ଡିଜାଇନ ଟ୍ରେନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି ଅଂଚଳରେ ସ୍ଥାୟୀ ଜୀବୀକା ଅର୍ଜନ ଉଦ୍ଦେଶ୍ୟରେ କାରୀଗରମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ପାନୀ ପକ୍ଷରୁ ମଧ୍ୟ ଏକ ପ୍ରଦର୍ଶନୀ ସହ ଆଦିବାସୀ କଳା ସଂସ୍କୃତି ଉପରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଶ୍ରୀ ଅଜୟ କପୁର, ସିଇଓ- ଆଲୁମିନିୟମ ଓ ପାୱାର ବିଜ୍‌ନେସ୍ ତଥା ପରିଚାଳନା ନିର୍ଦ୍ଦେଶକ- କମର୍ସିଆଲ ବେଦାନ୍ତ ଲିଃ କହିଛନ୍ତିଯେ, ଏହି ସାଂସ୍କୃତିକ କଳାକୃତି ଆମ ରାଷ୍ଟ୍ରର ଐତିହ୍ୟ । ସ୍ୱଦେଶୀ କଳାକୃତିକୁ ପ୍ରୋତ୍ସାହନ ଯୋଗାଇବା ସହ ଗ୍ରାଂମାଚଳର କାରିଗରମାନଙ୍କ ଠାରେ ରହିଥିବା ପ୍ରତିଭାର ବିକାଶ ପାଇଁ ଆମକୁ ଯତ୍ନ ନେବାକୁ ହେବ । ବେଦାନ୍ତ ସବୁବେଳେ ଏହାର ଆଖପାଖ ପରିସରରେ ରହିଥିବା ଗୋଷ୍ଠୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ସବୁବେଳେ ଚେଷ୍ଟା କରିଆସୁଛି । କନ୍‌କେରୀର ଢ଼ୋକ୍ରା କାରିଗରମାନଙ୍କ ପାଇଁ ଆମର ଏହି ପ୍ରଚେଷ୍ଟା ସେମାନଙ୍କ ପାଇଁ ଏକ ନୂତନ ମାର୍କେଟ ସୃଷ୍ଟି କରିବ । ଫଳସ୍ୱରୂପ ଅଧିକ ବ୍ୟବସାୟ ହେବା ସହିତ ଘରୋଇ ଆୟ ବୃଦ୍ଧି ପାଇବ । ଆଜି ଆମେ ଏହି ପ୍ରକୃତିଦତ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସହାୟତା ଯୋଗାଇବୁ ଓ ସେମାନଙ୍କ କଳାକୃତିଗୁଡ଼ିକୁ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ସ୍ୱୀକୃତି ଦେବା ପାଇଁ ପ୍ରୋତ୍ସାହିତ କରିବୁ । କନ୍‌କେରୀ ଗ୍ରାମଟି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗଭୀର ଅରଣ୍ୟ ମଧ୍ୟରେ ଅବସ୍ଥିତ । ଏଠାରେ ଧାତୁରେ ପ୍ରସ୍ତୁତ ଢ଼ୋକ୍ରା କଳାକୃତି ନିର୍ମାଣ କରୁଥିବା ଦକ୍ଷ କାରିଗରମାନେ ରହିଛନ୍ତି, ଓ ସେମାନେ ଭାରତରେ ପ୍ରାୟ ୪୦୦୦ ବର୍ଷ ପ୍ରାଚୀନ ଢୋକ୍ରା ପରଂପରାକୁ ଉଜ୍ଜୀବିତ କରି ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଏହି କାର୍ଯ୍ୟକୁ ଜାରୀ ରଖିଛନ୍ତି । କେବଳ ଆଖପାଖ ଗ୍ରାମ ଓ ବଜାରରେ ବିକ୍ରି ବ୍ୟତୀତ କଳାକୃତିଗୁଡ଼ିକର ଅଧିକ ପ୍ରସାର ହେବା ସମ୍ଭାବନା ସେମାନଙ୍କ ପାଇଁ କମ୍ ରହୁଛି । କନ୍‌କେରୀ ଗ୍ରାମର ଏହି ସବୁ ସମ୍ଭାବ୍ୟ କାରିଗରମାନଙ୍କର ଢ଼ୋକ୍ରା କଳାକୃତିକୁ ଅଧିକ ପ୍ରସାରିତ କରିବା ଓ କାରିଗରମାନଙ୍କୁ ଦକ୍ଷ କରାଇବା ନିମନ୍ତେ ବେଦାନ୍ତ ପକ୍ଷରୁ ପାରମ୍ପରିକ ଡ଼ିଜାଇନ ଟ୍ରେଣ୍ଡ ଉପରେ ଏକ ପେଷାଦାରୀ ତାଲିମ୍ ଆୟୋଜନ କରାଯାଉଛି ଓ କଳାକୃତିଗୁଡ଼ିକୁ ବାଣିଜ୍ୟିକ ମାନ୍ୟତା ପ୍ରଦାନ କରି ବଜାର ମୂଲ୍ୟ ବୃଦ୍ଧି ପାଇଁ ସଂସ୍ଥା ପକ୍ଷରୁ ଯତ୍ନ ନିଆଯିବ । ଧାତୁ ଓ ଅନ୍ୟାନ୍ୟ କଂଚାମାଲ୍ କ୍ରୟ ପାଇଁ କମ୍ପାନୀ ପକ୍ଷରୁ ମୂଳପୁଞ୍ଜି ଯୋଗାଇ ଦିଆଯିବ ଓ ସେମାନଙ୍କ ହସ୍ତଶିଳ୍ପଗୁଡ଼ିକର ଉତମ ମୂଲ୍ୟ ପାଇବା ପାଇଁ ସେମାନଙ୍କ ନିମନ୍ତେ ପ୍ରଥମ ଥର କରି ପ୍ରଦର୍ଶନୀର ଆୟୋଜନ କରାଯିବ । ପ୍ରାରମ୍ଭିକ ଏହି ପ୍ରୟାସଟି ସଫଳ ହେବା ପରେ, ବେଦାନ୍ତ କାରିଗର ଗୋଷ୍ଠୀମାନଙ୍କୁ ଏକ କଂଚାମାଲ୍ ବ୍ୟାଙ୍କ ସୃଷ୍ଟି କରିବାରେ ସହାୟତା କରିବ ଯଦ୍ୱାରା ସେମାନେ ନିଜ କାର୍ଯ୍ୟକୁ ସ୍ୱଚ୍ଛନ୍ଦରେ କରିପାରିବେ । ଏଥିପାଇଁ ଏକ ସେଲ୍‌ଫ ହେଲ୍‌ପ ଗ୍ରୁପ୍ ବ୍ୟାଙ୍କ ଆକାଉଂଟ ଖୋଲାଯିବ, ଯେଉଁଥିରେ କାରିଗରମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପ୍ରତ୍ୟେକ ଗୃହକୁ ଗୋଟିଏ ବ୍ୟାଙ୍କ ଆକାଉଂଟ ଖୋଲିବା ପାଇଁ ସୁଯୋଗ ଦିଆଯିବ, ଯେଉଁଥିରେ ସେମାନେ କଷ୍ଟ ଉପାର୍ଜିତ ଅର୍ଥକୁ ସଂଚୟ କରିପାରିବେ ଏବଂ ସେମାନଙ୍କ ଜମା ଉପରେ ସୁଧ ଅର୍ଜନ କରିପାରିବେ । ଓଡ଼ିଶା ସରକାରଙ୍କ ସହଯୋଗରେ କାରିଗରମାନଙ୍କୁ ଏକ କାରିଗର କାର୍ଡ଼ ପ୍ରଦାନ କରାଯିବ, ଯଦ୍ୱାରା କନ୍‌କେରୀ ଗ୍ରାମର କାରିଗରମାନେ ନିଜର ସ୍ୱୀକୃତି ପାଇବେ ଓ ସରକାରୀ ସ୍ତରୀୟ ପ୍ରଦର୍ଶନୀଗୁଡ଼ିକରେ ଅଂଶଗ୍ରହଣ, ସାମଗ୍ରୀର ପ୍ରଦର୍ଶନ ଓ ସେମାନଙ୍କ କାର୍ଯ୍ୟକୁ ବାଣିଜ୍ୟ ଅଭିମୁଖୀ କରିପାରିବେ । କନ୍‌କେରୀ ଗ୍ରାମର ଜଣେ ଢ଼ୋକ୍ରା କାରିଗର କୈଳାଶ କଂସାରୀ କହିଛନ୍ତିଯେ କିଛି ବର୍ଷ ଧରି ଆମର ଲୋକମାନେ ଢ଼ୋକ୍ରା କାରିଗରୀ ଶିଳ୍ପ ସହିତ ଜଡ଼ିତ ଅଛନ୍ତି, ଏହି ଟ୍ରେଡ଼୍‌ରେ ସେମାନଙ୍କୁ ଦକ୍ଷ, କୁଶଳୀ କରାଇବା ପାଇଁ ବେଦାନ୍ତ ପକ୍ଷରୁ ବିଭିନ୍ନ ତାଲିମ୍ ବ୍ୟବସ୍ଥା ରଖାଯାଇଛି । ପୂର୍ବରୁ ଆମର ଦକ୍ଷତା ସେତେ ଉନ୍ନତ ନଥିଲା କିନ୍ତୁ ବେଦାନ୍ତ ସହାୟତାରେ ବର୍ତମାନ ଆମେ ଏବିଷୟରେ ଉନ୍ନତ ଜ୍ଞାନ କୌଶଳ ଆହରଣ କରିପାରିଛୁ ଏବଂ ଆମ ଦକ୍ଷତାର ବିକାଶ କରିପାରିଛୁ । ଏଥିପାଇଁ କମ୍ପାନୀକୁ ବହୁତ ଧନ୍ୟବାଦ । ଆମେ ସ୍ୱହସ୍ତରେ ହୃଦୟର ସହ ଏହି ସୁନ୍ଦର କଳାକୃତିକୁ ଅଧିକ ପ୍ରାଣବନ୍ତ କରିବାକୁ ଚେଷ୍ଟା କରିବୁ । ଛତିଶଗଡ଼ରେ ବେଦାନ୍ତ ଗ୍ରାଂମାଚଳର ମହିଳାମାନଙ୍କୁ ଝୋଟି ଚିତ୍ରକଳା କୌଶଳରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି, ଝୋଟି ଚିତ୍ର କଳା କୌଶଳ ଯାହାକି ଛତିଶଗଡ଼ର ଅନ୍ୟତମ ମାର୍ମିକ ଚିତ୍ରକଳା । ଏଥିରେ ଆଦିବାସୀ ଜନଜୀବନର କଳା, ପରମ୍ପଦା ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଏହି ସବୁ ଚିତ୍ରକଳଳାଗୁଡ଼ିକରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଦିବାସୀ ଜନ ଜୀବନର ସମୃଦ୍ଧ ପରମ୍ପରା ରହିଛି । ବେଦାନ୍ତର ସହାୟକ ଭାରତ ଆଲୁମିନିୟମ କମ୍ପାନୀ (ବାଲ୍‌କୋ) ଭାରତର ଆଇକନିକ୍ ଆଲୁମିନିୟମ ନିର୍ମାତା, ବେଦାନ୍ତର ନାରୀ ଶକ୍ତି କେନ୍ଦ୍ର ନିକଟବର୍ତୀ ଗ୍ରାମ ଡୋଣ୍ଡ୍ରୋରେ ଏକ ତାଲିମ ଓ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛି । କୌଶଳ ଠାରୁ ଆରମ୍ଭ କରି ମାର୍କେଟ ଲିଙ୍କେଜ୍ ପର୍ଯ୍ୟନ୍ତ, ବାଲ୍‌କୋ ସ୍ଥାନୀୟ ମହିଳାମାନଙ୍କର ଉଦ୍ୟୋଗକୁ ଆଗକୁ ନେବାରେ ସହାୟତା ଜାରୀ ରଖିଛି । ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ କିମ୍ବା ଆର୍ଥିକ ବର୍ଷ ୨୦ ରେ ୧.୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉତ୍ପାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବାଲ୍‌କୋ ହେଉଛି ବେଦାନ୍ତର ଆଲୁମିନିୟମ ଓ ପାୱାର ବ୍ୟବସାୟର ଏକ ଅଂଶ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
Tags vedanta

Related articles Odisha News Lens 4.1

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14125
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026
  • ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15234
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15568
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15374
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15239
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14663
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପଦକ

    15129
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In