ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କ ସହ କଥା ହୋଇ ସମବେଦନା ଜଣାଇଲେ ରାହୁଲ ଗାନ୍ଧୀ

ଆଜି ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କ ସହ ଫୋନରେ କଥା ହୋଇଛନ୍ତି ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ | ସ୍ବର୍ଗତ ମଙ୍ଗରାଜଙ୍କ ଅମର ଆତ୍ମା ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏ ସଙ୍କଟ ସମୟରେ କଂଗ୍ରେସ ଦଳ ତାଙ୍କ ପରିବାର ସହ ଛିଡା ହୋଇଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି। ଏହିଠାରେ ସୂଚନା ଯେ ଗତ ୧୪ ତାରିଖ ଦିନ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଅଜିତ ମଙ୍ଗରାଜଙ୍କ ବୁଧବାର ବିୟୋଗ ପରେ ନିର୍ବାଚନକୁ ବର୍ତମାନ ପାଇଁ ସ୍ଥଗିତ ନିର୍ବାଚନ କମିସନ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଭାରୀ ସାଂସଦ ଡକ୍ଟର ଏ ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ।