ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ପ୍ରେମିକ, ଘଟିଲା ଏମିତି...
ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ ଧରିବା ପରେ, ସ୍ଥାନୀୟ ମନ୍ଦିରରେ ଉଭୟଙ୍କର ବାହାଘର କରାଇ ଦେଇଛନ୍ତି।
ମିଳିଥିବା ଖବର ଅନୁସାରେ, ଯୁବକଙ୍କ ବୟସ ୨୦ ହୋଇଥିବାବେଳେ ଯୁବତୀଙ୍କ ବୟସ ଥିଲା ୧୯ । ସେମାନେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କରେ ଥିଲେ । ସ୍କୁଲରୁ ଉଭୟ ପ୍ରେମ କରୁଥିବାବେଳେ ପ୍ରେମିକା ତାଙ୍କୁ ରାତିରେ ଭେଟ ହେବାକୁ ଘରକୁ ଡାକିଥିଲେ । ପ୍ରେମିକା କଥାରେ ଯାଇଥିଲେ ପ୍ରେମିକ । ହେଲେ ଘରକୁ ଯିବାବେଳେ ଧରି ପକାଇଥିଲେ ଗାଁ ଲୋକେ ।
ଝିଅର ପରିବାର ଏବଂ ଗ୍ରାମବାସୀ ମିଶି ଯୁବକ ଜଣକୁ କାବୁ କରିବା ସହ ତାଙ୍କୁ ବନ୍ଧକ କରି ରଖିଥିଲେ। ପୁଅର ପରିବାରକୁ ଖବର ଦିଆଯାଇଥିଲା। ଖବର ପାଇ ପୁଅର ପରିବାର ଲୋକ, ଗାଁର ପୂର୍ବତନ ସରପଞ୍ଚ ଏବଂ କିଛି ଭଦ୍ରଲୋକ ଝିଅ ଗାଁରେ ପହଞ୍ଚିଥିଲେ। ପ୍ରଥମେ ଝିଅ ପକ୍ଷର ଲୋକେ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ ଧରିବାରୁ ଦୁଇ ପକ୍ଷ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।
ପୁଲିସ ଆସି ପହଞ୍ଚିବା ପରେ ଝିଅକୁ ପଚାରିଥିବାବେଳେ ସେ କହିଥିଲେ କି, ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ । ପରେ ପୁଲିସ ବୁଝାଶୁଝା କରିଥିଲେ । ସେପଟେ ପୁଅଘର ଲୋକ ମଧ୍ୟ ବିବାହ କରାଇବାକୁ ରାଜି ହୋଇଥିଲେ । ଆଉ ରାତିରେ ହିଁ ସେମାନଙ୍କ ବିବାହ ହୋଇଥିଲା ।
ଏହି ଘଟଣା ବିଷୟରେ ସ୍ଥାନୀୟ ପାରୁ ଥାନା ପୋଲିସ ଜାଣିବାକୁ ପାଇବା ପରେ ଏକ ଟିମ ଯାଞ୍ଚ ପାଇଁ ପୁଅ ଘରେ ପହଞ୍ଚିଥିଲା। କିନ୍ତୁ ନବବଧୂ ଜଣକ ପୋଲିସ ଆଗରେ ନିଜ ଇଚ୍ଛାରେ ବିବାହ କରିଥିବା ସ୍ପଷ୍ଟ କରିବା ପରେ ପୋଲିସ ମଧ୍ୟ ସେଠାରୁ ଫେରିଯାଇଥିଲା। ବର୍ତ୍ତମାନ ଏହି ବିବାହକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
Powered by Froala Editor