Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ...

  • ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ...

  • କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ...

  • ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ...

  • ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ...

  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ...

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ...

  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ...

  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ...

ରାଜନୀତି
Home ›› ରାଜନୀତି ››ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

2026-05-18 13:09:59
14744
Share:
Facebook
Twitter
E-Mail
WhatsApp
Telegram
ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ଭୁବନେଶ୍ୱର, ତା.୧୮/୦୫: ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ  ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ରାଷ୍ଟ୍ର ସର୍ବୋପରି” ମନୋଭାବ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି।୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। ଅତୀତରେ ବିରୋଧୀ ଦଳ ଭୂମିକାରେ ରହି ତତ୍କାଳୀନ ସରକାରଙ୍କୁ ଗଠନାତ୍ମକ ଓ ସକରାତ୍ମକ ସହଯୋଗ କରୁଥିଲା। କିନ୍ତୁ ବର୍ତମାନ ବିରୋଧୀ ଦଳ ଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି। ଭାରତୀୟ ଯୁବକ ନବସୃଜନ, ସୃଜନଶୀଳ, ରଚନାତ୍ମକ ଚିନ୍ତାଧାରା ପାଇଁ ପରିଚିତ। ଅନ୍ୟପଟେ ନକରାତ୍ମକ ମନୋଭାବ ରଖିଥିବା ବିରୋଧୀ ଦଳଗୁଡିକ ଏବେ ଜେନ୍‌ଜି ନାମରେ ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି। ଏହା ବିକାଶର ଧାରାକୁ ପ୍ରତିରୋଧ କରୁଛି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ରେ ଯୋଗ ଦେଇ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ କହିଛନ୍ତି।

ଶ୍ରୀ ନୀତିନ ନବୀନ କହିଛନ୍ତି ଯେ, ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ୱାନ ଓ ଏହାର ନିରାକରଣ ହେଉଛି ଆମ ସମସ୍ତଙ୍କ ମୂଳ କର୍ତବ୍ୟ। ବିଶେଷ ଭାବେ “ଆତଙ୍କବାଦ, ଅନୁପ୍ରବେଶକାରୀ, ସୀମା ବିବାଦ, ତସ୍କରୀ” ଭଳି ବାହ୍ୟଶତୃଙ୍କ ଆହ୍ୱାନକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସଫଳତାର ସହ ମୁକାବିଲା କରୁଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ଅଂଚଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ବିକାଶର ମୁଖ୍ୟ ସ୍ରୋତର ସାମିଲ କରିବାକୁ ସଫଳ ପ୍ରୟାସ କରିଛନ୍ତି। ଏବେ ନକ୍ସଲବାଦ ସମାପ୍ତପ୍ରାୟ। ଆତଙ୍କବାଦ ଉପରେ ରୋକ ଲଗାଯାଇପାରିଛି। ସେନାବାହିନୀକୁ ମୁକ୍ତ ହସ୍ତ ଦିଆଯାଇ ତାଙ୍କ ମନୋବଳକୁ ସୁଦୃଢ କରାଯାଇଛି। ସେହିପରି ସାଂସ୍କୃତିକ ରାଷ୍ଟ୍ରବାଦ ସୁରକ୍ଷା ପ୍ରତି ବଡ ବିପଦକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ଅନୁପ୍ରବେଶକାରୀ, ଧର୍ମଭିତିକ ମତାନ୍ତର, କ୍ଷେତ୍ରବାଦ୍‌, ସାଂସ୍କୃତିକ ଆକ୍ରମଣ କରାଯିବାର ବଡ ଚକ୍ରାନ୍ତକୁ ବିଫଳ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ସଂସ୍କୃତିକୁ ଆଧାର କରି ବିକାଶ ହେବା ଉଚିତ୍‌। ଦେଶର ଉଭୟ ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ। ପ୍ରଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅଧ୍ୟୟନ ପ୍ରକ୍ରିୟା ଜାରି ରଖିବା। ଦଳ ଓ ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ନୀତିନ ନବୀନ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। “ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ”। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ। ଏହି ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାମିଲ ହେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି ପ୍ରଶିକ୍ଷଣ ଶିବିରରୁ ଅଧିକରୁ ଅଧିକ ଲାଭ ନେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। 

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରୀୟ ପ୍ରଶିକ୍ଷଣ ଟୋଲିର ସହସଂଯୋଜିକା ତଥା ସାଂସଦ ଶ୍ରୀମତୀ କବିତା ପଟିଦାର, କ୍ଷେତ୍ରୀୟ ସଂଯୋଜକ ଅଧ୍ୟାପକ ଦିନେଶାନନ୍ଦ ଗୋସ୍ୱାମୀ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Nitin Nabin, BJPODISHA

Related articles Odisha News Lens 4.1

  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15485
    Nov 01, 2026
  • କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଇଡି ଚଢ଼ାଉ
    ଦେଶ-ଦେଶାନ୍ତର

    କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଇଡି ଚଢ଼ାଉ

    14833
    Nov 02, 2026
  • ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦଘାତ
    ଦେଶ-ଦେଶାନ୍ତର

    ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦଘାତ

    13478
    Nov 02, 2026
  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ
    ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    14157
    Nov 01, 2026
  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ
    ଦେଶ-ଦେଶାନ୍ତର

    ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ

    15231
    Nov 01, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14153
    Nov 01, 2026
  • ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍
    ଦେଶ-ଦେଶାନ୍ତର

    ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍

    14871
    Nov 02, 2026
  • ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ହତ୍ୟା
    ଦେଶ-ଦେଶାନ୍ତର

    ୧୦ ବର୍ଷୀୟ ପୁଅକୁ ଦେବୀଙ୍କ ସାମ୍ନାରେ ହତ୍ୟା

    13649
    Nov 02, 2026
  • ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ
    ଦେଶ-ଦେଶାନ୍ତର

    ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ

    13383
    Nov 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    14157
    Nov 01, 2026
  • ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15485
    Nov 01, 2026
  • ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15522
    Nov 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17245
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17944
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17886
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18308
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14694
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15751
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14922
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16118
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15048
    Oct 25, 2026

ବାଣିଜ୍ୟ

୨୦ ପ୍ରତିଶତ ଶସ୍ତା ହେଲା ସୁନା

ଧନତେରସରେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। ୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା। ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।

ଜାନୁଆରୀର ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15778
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14063
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13813
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15179
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15485
    Nov 01, 2026
  • କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଇଡି ଚଢ଼ାଉ

    14833
    Nov 02, 2026
  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15522
    Nov 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In