ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ
ରୁଷିଆର ସାବେରିଆରୁ ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଆଖି ଭିତରେ ଏକ କ୍ଷୁଦ୍ର ଗଛ ବଢ଼ୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଖିରେ ଦୁର୍ଘଟଣାବଶତଃ ମଞ୍ଜି ପଶିଯିବାରୁ ତାହା ଗଜା ହୋଇ ବାହାରିବା କାରଣରୁ ଏପରି ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡାକ୍ତରମାନେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆଖି ଭିତରେ ମଞ୍ଜିଟିରୁ ଗଜା ବାହାରି ଯାଇଛି। ପ୍ରାୟ ୩ ମିଲିମିଟର ଲମ୍ବର ଏକ କ୍ଷୁଦ୍ର ଚେର ଆଖିର କର୍ଣ୍ଣିଆ ଏବଂ କଞ୍ଜାକ୍ଟିଭା କୋଷକୁ ଭେଦ କରିସାରିଥିଲା।
ଏହି ଦୁର୍ଲଭ ଘଟଣାର ଶିକାର ହୋଇଥିଲେ ରୁଷିଆର ୟାକୁଟିଆ ଅଞ୍ଚଳର ୪୨ ବର୍ଷୀୟ ୱେଲ୍ଡର୍ ତଥା ପ୍ଲମ୍ବର୍ ମ୍ୟାକ୍ସିମ୍ ସ୍ଲେପ୍ସୋଭ୍ । ସେ ଏକ ଯାତ୍ରା ସମୟରେ ମାଛ ଧରୁଥିବା ଏବଂ ବେରୀ ସଂଗ୍ରହ କରୁଥିବାବେଳେ ହଠାତ୍ ଏକ ଗଛର ଡାଳ ତାଙ୍କ ମୁହଁରେ ବାଜିଥିଲା। ଯଦିଓ ସେ ଆଖିରୁ ଏକ ଛୋଟ କାଠ ଖଣ୍ଡ ବାହାର କରି ଆଖି ଧୋଇଦେଇଥିଲେ, କିନ୍ତୁ ଛୋଟ ମଞ୍ଜି ଆଖିରେ ଫସି ରହିଯାଇଥିଲା।
ଚାରି ମାସ ଧରି ସ୍ଲେପ୍ସୋଭ୍ ପ୍ରବଳ ମାଇଗ୍ରେନ୍, ସକାଳୁ ଭୟଙ୍କର ମୁଣ୍ଡବିନ୍ଧା, ଆଖି ପ୍ରଦାହ, ଦ୍ୱିଦର୍ଶନ ଏବଂ ଦୃଷ୍ଟିଶକ୍ତି ହ୍ରାସ ପାଇବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିଲା, ସେତେବେଳେ ସେ ବିଶେଷଜ୍ଞ ଚକ୍ଷୁ ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚିଥିଲେ। ଡାକ୍ତରମାନେ ଯାଞ୍ଚ କରିବା ପରେ ଆଖି ଭିତରେ ମଞ୍ଜିଟିରୁ ଗଜା ବାହାରି ଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଆଉ କିଛି ଦିନ ବିଳମ୍ବ ହୋଇଥା’ନ୍ତା, ତେବେ ତାଙ୍କ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଯାଇଥା’ନ୍ତା।
Powered by Froala Editor