ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଏକତା ନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିରୋଧୀଙ୍କୁ ନିଶାଣ କରିଛନ୍ତି। ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ମଧ୍ୟରେ ଦେଶ ବିରୋଧୀ ଶକ୍ତିମାନେ ସକ୍ରିୟ ହୋଇଉଠିଛନ୍ତି ବୋଲି ମୋଦୀ କହିଛନ୍ତି। ବିରୋଧୀ ଦଳ ଏବେ ‘ବିରୋଧ ପକ୍ଷ’ ବଦଳରେ ‘ଅବରୋଧ ପକ୍ଷ’ ପାଲଟିଯାଇଥିବା ସେ କଟାକ୍ଷ କରିଛନ୍ତି। ବିଦେଶରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗୁପ୍ତ ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତକୁ ଭାଗ ଭାଗ କରିବା ପାଇଁ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଲଗାଇଛନ୍ତି। ଏହା ସହିତ ସାମାଜିକ ଗଣମାଧ୍ୟମକୁ ମିଛ ପ୍ରଚାରପ୍ରସାର ଓ ଭାରତର ଛବି ଖରାପ କରିବାକୁ ବ୍ୟବହାର କରାଯାଉଥିବା କହିଛନ୍ତି। ସେ ‘ଦିମାଗୀ ନକ୍ସଲ’ଙ୍କୁ ନେଇ ମଧ୍ୟ ସତର୍କ କରାଇଛନ୍ତି।
Powered by Froala Editor