ମାରାଥନରେ ଭାଗ ନେଇଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦଘାତ
ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଆୟୋଜିତ ମାରାଥନରେ ଭାଗ ନେଇଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର କୋମ୍ମିନେନି ଗୋପୀଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମାରାଥନରେ ଦୌଡ଼ ଶେଷ କରିବା ଓ ପଦକ ହାସଲ କରିବାର କିଛି ସମୟ ପରେ , ତାଙ୍କର ହୃଦଘାତ ହୋଇଥିଲା । ରବିବାର ( ୧ ନଭେମ୍ୱର) ର ସକାଳେ ହାଇଦ୍ରାବାଦର ଗାଚିବୈଲି ଷ୍ଟାଡିୟମରେ ଘଟିଥିବା ଏହି ଦୁଃଖଦ ଘଟଣା ତାଙ୍କ ସହ ଦୌଡ଼ୁ ଥିବା ସାଥି ଧାବକ ଏବଂ ଆୟୋଜକଙ୍କୁ ଗଭୀର ଦୁଃଖ ଦେଇଛି ।
ମୃତକ କୋମ୍ମିନେନି ଗୋପୀ , ଆଇଟି କମ୍ପାନୀ ଆଇବିଏମରେ ସଫ୍ଟୱେୟାର ଇଞ୍ଜିନୟର ପଦରେ କାର୍ଯ୍ୟ କରୁଥିଲେ । ସେ ନିଜ ସ୍ୱାସ୍ଥ୍ୟର ପୂରା ଯତ୍ନ ରଖି ମାରାଥନରେ ଭାଗ ନେଇଥିଲେ । ଏହା ଏକ ଦୁଃଖଦ ଘଟଣା ଯେ, ଦୌଡ଼ ସମାପ୍ତ କରିବା ଓ ପଦକ ପ୍ରାପ୍ତ କରିବାର କିଛି କ୍ଷଣ ପରେ ତାଙ୍କର ଦେହାନ୍ତ ହୋଇଗଲା ।
ସୂଚନା ଅନୁସାରେ , ଏନଇବିର ତତ୍ତ୍ୱାବଧାନରେ ଗଚିବୈଲି ଷ୍ଟାଡିୟମରେ ମାରାଥନର ଆୟୋଜନ କରାଯାଇ ଥିଲା । ମଣିକୋଣ୍ଡାର ଅଲକାପୁର କଲୋନି ନିବାସୀ କୋମ୍ମିନେନି ଗୋପୀ (୩୬) ଭାଗ ନେଇଥିଲେ । ସେ ମାରାଥନରେ ଦୌଡ଼ିଥିଲେ ଏବଂ ତାଙ୍କୁ ପଦକ ମିଳିଥିଲା ।
ମାରାଥନ ପୂରଣ କରିବା ପରେ ଖୁବ୍ ଖୁସି ନଜର ଆସିଥିବା ଗୋପୀ କିଛି ସମୟରେ ପରେ ଗୁରୁତର ହୋଇ ପଡ଼ିଥିଲେ । ମାରାଥନ ପରେ ଜଳଖିଆ କରିବାକୁ ଯିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ମାରାଥନର ଆୟୋଜକମାନେ ତୁରନ୍ତ ଗୋପୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କେୟାର ହସ୍ପିଟାଲକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor