ଟ୍ରମ୍ପ ଓ ନେତାନ୍ୟାହୁଙ୍କ ନାମରେ ମଇଁଷି, ସେଲଫି ନେବାକୁ ଲୋକଙ୍କ ଭିଡ
ଢାକା : ବାଂଲାଦେଶରେ ଦୁଇଟି ଅସାଧାରଣ ପ୍ରକାର ମଇଁଷଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନାମରେ ନାମକରଣ କରାଯାଇଛି। ଏପରି କି ଏହି ଦୁଇଟି ମଇଁଷିଙ୍କ ସହିତ ସେଲଫି ନେବାକୁ ଲୋକଙ୍କ ଭିଡ ଜମିଛି। ମଇଁଷ ଦୁଇଟିର କେବଳ ନାମକରଣ ନୁହେଁ ବରଂ ସେମାନଙ୍କର ସ୍ବତନ୍ତ୍ର ଚେହେରା ବିଶ୍ବର ଏହି ଦୁଇ ପ୍ରମୁଖ ରାଜନେତାଙ୍କ ସହିତ ମଧ୍ୟ ସମାନ ଦେଖାଯାଉଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମଇଁଷିଟିର ଚର୍ମର ରଙ୍ଗ ଓ ଲୋମ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରକାର ହେୟାରଷ୍ଟାଇଲ ଭଳି ହୋଇଛି ବୋଲି ଜଣେ ଦର୍ଶକ କହିଛନ୍ତି। ସେହିପରି ନେତାନ୍ୟାହୁଙ୍କ ନାମରେ ନାମିତ ମଇଁଷିଟିର ଓଜନ ପ୍ରାୟ ୭୫୦ କିଲୋ।
Powered by Froala Editor